Home ଜିଲ୍ଲା ପରିକ୍ରମା ସାଇବର ସୁରକ୍ଷା ଓ ଅନ୍‌ଲାଇନ ସଚେତନ କାର୍ଯ୍ୟକ୍ରମ

ସାଇବର ସୁରକ୍ଷା ଓ ଅନ୍‌ଲାଇନ ସଚେତନ କାର୍ଯ୍ୟକ୍ରମ

14

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁ ବିକାଶ ବିଭାଗ ଓଡିଶା ସରକାର, ଜିଲ୍ଲା ପ୍ରଶାସନ ଭଦ୍ରକ ଓ ସୋସାଇଟି ଫର ଉଇକର କମ୍ୟୁନିଟି(ଆସିଆନା)ର ମିଳିତ ଉଦ୍ୟମରେ ଭଦ୍ରକ ମହିଳା ମହାବିଦ୍ୟାଳୟ ସଭାଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ସାଇବର ସୁରକ୍ଷା ଓ ଅନ୍‌ଲାଇନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଉପଆରକ୍ଷୀ ଅଧୀକ୍ଷକ ପୁଷ୍ପଲତା ବାରିକ, ଅଧ୍ୟକ୍ଷ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଡ. ଦେବରାଜ ପାଣିଗ୍ରାହୀ, ଆସିଆନା ସଂପାଦିକା ସୋଫିଆ ସେକ୍‌, ବାଲ୍ୟ ବିବାହ (ସଂଯୋଜକ) ତଥା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଅଶିମ ଅମିତାଭ ଦାସ, ଜିଲ୍ଲା ଅପରାଧ ଶାଖାର ନୀରକ୍ଷକ ବନ୍ଧନା ଦେବୀ, ଭାରପ୍ରାପ୍ତ ଅଧ୍ୟକ୍ଷ, ଭଦ୍ରକ ମହିଳା ମହାବିଦ୍ୟାଳୟ ଅମିତା ଦଳେଇ, ଅଧ୍ୟାପକ ଆଭାମୟୀ ମହାପାତ୍ର, ମଞ୍ଜୁଲତା ପ୍ରଧାନ ପ୍ରମୁଖ ଯୋଗଦେଇ ସାଇବର ଅପରାଧର ଆମ୍ଭେ କିପରି ବଶବର୍ତି ହେଉଛୁ ଓ ସେଥିପ୍ରତି ଆମେ କିଭଳି ସତର୍କ, ସଚେତନ ହେବା; ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କେବଳ ସଚେତନା ହିଁ ରକ୍ଷା କବଚ ବୋଲି ବିଭିନ୍ନ ଦୃଷ୍ଟାନ୍ତମୂଳକ ଉଦାହରଣ ଦେଇ ଆଲୋଚନାରେ ଆଲୋକପାତ କରିଥିଲେ । ଅଜଣା ଓ ଅପରିଚତ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ଓ ଭ୍ରମତା ହିଁ ଏହି ଅପରାଧର ମୂଳ ଆଧାର ବୋଲି କହିଥିଲେ । କୌଣସି ଅପରାଧରେ ସମ୍ମୁଖିନ ହେଲେ ୧୦୯୮ ଓ ୧୯୩୦ ହେଲପ୍‌ଲାଇନର ସାହାଯ୍ୟ ନେବାପାଇଁ କହିଥିଲେ । ଆସିଆନାର ସଂପାଦିକା ସୋଫିଆ ସେକ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ +୨ ଓ +୩ ଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆସିଆନାର ସାମାଜିକ କର୍ମୀ ଭାଗ୍ୟଶ୍ରୀ ମହାକୁଡା, ମହମ୍ମଦ ରଫିକ୍ ସେକ୍‌, ଜନ୍ମୋଜ୍ୟାତି ବେହେରା, ତାରାକନାଥ ଜେନା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.