Home ଓଡ଼ିଶା ସାଇକେଲରେ ଚେନାଇରୁ ହାଟଡିହି, ୧୭୦୦କିଲୋମିଟରକୁ ୧୮ଦିନ

ସାଇକେଲରେ ଚେନାଇରୁ ହାଟଡିହି, ୧୭୦୦କିଲୋମିଟରକୁ ୧୮ଦିନ

317

ହାଟଡ଼ିହି-୧୫/୫, ଭିଟାମାଟିକୁ ଫେରିବାପାଇଁ ଏବେ ପ୍ରବାସୀ ଓଡିଆମାନେ ବ୍ୟାକୁଳ ହୋଇ ପଡିଛନ୍ତି । କିଏ ପାଦରେ ଚାଲି ଚାଲି ତ ଆଉ କିଏ ସାଇକେଲ ଆଉ କିଏ ବୋଟରେ ଆସୁଛନ୍ତି । ଏପରିସ୍ଥଳରେ ଚେନାଇରେ ସିକୁରିଟ ଗାର୍ଡ ଭାବେ କାମ କରୁଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗୋପ ଗ୍ରାମର ବିମଳ ଘୋଷ ଚେନାଇରୁ ଏକ ସାଇକେଲ ଯୋଗେ ଦୀର୍ଘ ୧୭୦୦କିଲୋମିଟର ବାଟ ଆସି ଗତକାଲି ରାତିରେ ଘରେ ପହଞ୍ଚିଛନ୍ତି । ସେ ୧୮ଦିନ ଧରି ସାଇକେଲ ଚଳାଇ ଏହି ରାସ୍ତାକୁ ଅତିକ୍ରମ କରି ଠିକଣା ସ୍ଥଳରେ ପହଞ୍ଚଥିଲେ । ସେ ଚେନାଇର ଭେଲଭେରି ସ୍ଥିତ ପେରେଗ୍ରିନ କମ୍ପାନୀରେ ନିରାପତ୍ତାରକ୍ଷୀ ଭାବେ କାମ କରୁଥିବାବେଳେ ଘରକୁ ଫେରିବାକୁ ମନ ବ୍ୟାକୁଳ ହୋଇଥିଲା । ଟ୍ରେନ ଚଳାଚଳ କରୁନଥିବାରୁ ଓ ଲକଡାଉନ ସମୟ ବଡିବା ଆଶାଙ୍କା କରି ଗତ ୨୭ତାରିଖ ଦିନ ଦୃଢ଼ ମାନସିକତା ନେଇ ସାଙ୍ଗରେ କିଛି ଚୁଡା, ବିସ୍କୁଟ, ପାଣିବଟଲ ଧରି ଚେନାଇରୁ ବାହାରିଥିଲେ । ଏହି ଲମ୍ବାଯାତ୍ରାରେ ସେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା ଓ ଛତିସଗଡ ଦେଇ ଓଡିଶାକୁ ପସିବାପରେ ବଲାଙ୍ଗୀର, ଅନୁଗୁଳ, ତାଲଚେର ଦେଇ କେନ୍ଦୁଝରକୁ ଆସି ଗତକାଲି ରାତିରେ ହାଟଡିହିରେ ପହଞ୍ଚିଥିଲେ । ସେ ହାଟଡିହିରେ ପହଞ୍ଚିବାପରେ ଅନେକ ଲୋକ ତାଙ୍କୁ ସ୍ୱାଗତ କରିବା ସହିତ ତାଙ୍କର ଏପରି ସାହସକୁ ପ୍ରଶଂସା କରିଥିଲେ । ପରେ ତାଙ୍କୁ ପଞ୍ଚାୟତର କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.