ହାଟଡିହି-୨୭ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ) ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସର୍ଭଫର ପିପୁଲ କେନ୍ଦୁଝର’ ପରିବାର ପକ୍ଷରୁ ପ୍ରବଳ ଶୀତ ଲହରୀକୁ ଲକ୍ଷ ରଖି ଗରିବ ଅସହାୟ ଶିଶୁ ମାନଙ୍କୁ ଶୀତବସ୍ତ୍ର ବାଣ୍ଟିବା ଯୋଜନା କରିଛନ୍ତି । ଏହି କ୍ରମରେ ହାଟଡିହି ବ୍ଲକ ସଢ଼ା ପଞ୍ଚାୟତ ସ୍ଥିତ ଗଡଚଣ୍ଡୀ ପୀଠ ନିକଟରେ ରହୁଥିବା ଗରିବ ଆଦିବାସୀ ପରିବାରର ଶିଶୁ ଶୀତବସ୍ତ୍ର ଯଥା କମ୍ବଳ ଓ ଜ୍ୟାକେଟ ବଣ୍ଟନ କରିଥିଲେ । ଏଥିରେ ଚନ୍ଦ୍ରମୌଳି ମହାନ୍ତି, ସୌମ୍ୟ ରଞ୍ଜନ ସାମଲ, ତାପସ ରାଉତ, ସ୍ମୃତି ରଞ୍ଜନ ସାମନ୍ତ, ପ୍ରଭାକର ପାଗଳ, ଦିଗାମ୍ବର ଦାସ, ପ୍ରଦୀପ ବେହେରା, ମମତା ମଞ୍ଜରୀ ବରାଳ, କିଶୋର ସିଂ, ତ୍ରୀନାଥ ବେହେରା, ନୀଳମଣି ବାରିକ, ମୁନା ମହାନ୍ତି ପ୍ରମୁଖ ଯୋଗଦେଇ ୫୦ରୁ ଉର୍ଦ୍ଧ ଶିଶୁଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ ।