ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସର୍ବନିମ୍ନ ୯୦୦୦ ଟଙ୍କା ପେନସନ୍ ଦାବିରେ ଆଜି ଅଲ୍ ଓଡ଼ିଶା ଇପିଏଫ୍ ପେନସନ୍ର୍ସ ଆସୋସିଏସନ୍ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଡ଼ାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସମସ୍ତ ଇପିଏଫ୍ ପେନସନ୍ ଭୋଗି ବରିଷ୍ଠ ନାଗରିକ ମାନଙ୍କୁ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାରେ ସାମିଲ୍ କରି ମାଗଣା ଚିକିତ୍ସା ଯେଗାଇବା ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପେନସନ ଦେବାକୁ ଏହି ଆନ୍ଦୋଳନ କରାଯାଇଥିବା ଆସୋସୀଏସନ୍ ପକ୍ଷରୁ କୁହାଯାଇଛି।