Home ଓଡ଼ିଶା ସରିଲା ହାଇଭୋଲଟେଜ ପ୍ରଚାର

ସରିଲା ହାଇଭୋଲଟେଜ ପ୍ରଚାର

238

ଭୁବନେଶ୍ଵର,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ଗତକାଲିଠାରୁ ସରିଲା ହାଇଭୋଲଟେଜ ପ୍ରଚାର । ରାତିପାହିଲେ ବିଜେପୁର ଉପନିର୍ବାଚନ । ଏଥିପାଇଁ ପ୍ରସ୍ତୁତ ନେତା ଆଉ ପ୍ରସ୍ତୁତ ଜନତା । ତେବେ ମୋଟ ୨୮୫ ବୁଥ୍‌ରେ ହେବ ମତଦାନ ପ୍ରକ୍ରିୟା ହେବାକୁ ଥିବା ବେଳେ ସେଥି ମଧ୍ୟରୁ ୧୨୯ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଏହାସହ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଗତ ଦୁଇ ଦିନ ହେଲା ବିଜେପୁରରେ ପ୍ରଚାର ଜୋରଦାର୍‌ ଚାଲିଥିଲା । ହାଇଭୋଲଟେଜ୍‌ ନେତାମାନେ ଡେରା ପକାଇ ନିଜ ପ୍ରାର୍ଥୀ ଜିତାଇବାକୁ କରିଥିଲେ ରୋଡ୍‌ ସୋ’ । ଗୋଟିଏ ପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତା ସାହୁଙ୍କ ପାଇଁ ଭୋଟ୍‌ ମାଗିଥିବା ବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସନତ ଗଡ଼ତିଆଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ପ୍ରଚାର ସାଙ୍ଗକୁ ଦଳ ମଧ୍ୟରେ ବାକ୍‌ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା । ସେପଟେ କଂଗ୍ରେସ ମଧ୍ୟ ନିଜ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ପ୍ରଚାର ଜୋର୍‌ସୋର୍‌ କରିଥିବା ବେଳେ ହାତ ଟେକିଦେଇଛନ୍ତି ବରିଷ୍ଠ ନେତା ସୁର ରାଉତରାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.