ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : କଇଁଥାବସା ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହାସମାରୋହରେ ଜନ୍ନାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସରେ ଛାତ୍ରଛାତ୍ରୀମାନେ କୃଷ୍ଣ, ରାଧା, ସୁଦାମା ବେଶ ହୋଇ ବିଭିନ୍ନ ନାଚ, ଗୀତ, ନାଟକ ପ୍ରସ୍ତୁତ କରିଥିଲେ। ଏହି ଅବସରରରେ ଶିଶୁ ଭାଇଭଉଣୀମାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ବେଶ ହୋଇ ବିଭିନ୍ନ ନାଚ ଗୀତର ଆୟୋଜନ ହୋଇଥିଲାା ଏହି ଉତ୍ସବ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଦିପ୍ତୀପଭା ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାôବଧାନରେ ପାଳିତ ହୋଇଥିଲାା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କୃଷ୍ଣ, ରାଧା, ସୁଦାମା ବେଶରେ ଅଂଚଳ ପରିକ୍ରମା କରିଥିଲେ। ସେହିପରି ସାରନଗରୀର ଚିନ୍ମୟ ପବ୍ଲିକ ସ୍କୁଲ, ଧରମଡ଼ିହି ସରସ୍ୱତୀ ଶିଶୁ ମନ୍ଦିର, ଆଦର୍ଶ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉସବ ପାଳିତ ହୋଇଯାଇଛି।






