ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ଉଚ୍ଚବିଦ୍ୟାଳୟ ୧୯୮୦ ମସିହା ମ୍ୟାଟ୍ରିିକ ପରୀକ୍ଷା ଛାତ୍ରଛାତ୍ରୀମାନେ ରବିବାର ବନ୍ଧୁମିଳନ ଆୟୋଜନ କରି ବିଦ୍ୟାଳୟ ପ୍ରତି ପୁନଃସମ୍ପର୍କ ସ୍ତାପନା କରିଥିଲେ। ପ୍ରଧାନଶିକ୍ଷକ ଗଦାଧର ଜେନାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ବନ୍ଧୁମିଳନ ଉତ୍ସବରେ ପୂର୍ବତନ ଶିକ୍ଷକ ଶ୍ରୀବତ୍ସ କରଶର୍ମା ମୁଖ୍ୟ ଅତିଥି, ବିଶିଷ୍ଟ ମାର୍ଗଦର୍ଶକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା, ପୂର୍ବତନ ଶିକ୍ଷକ ଅନନ୍ଦଚନ୍ଦ୍ର ଶାସିନୀ, ଅଭିରାମ ସ୍ୱାଇଁ, ନଟବର ରାଉଳ, ଉମାକାନ୍ତ ପାତ୍ର, ଅନନ୍ତ ଚରଣ ଦାସ, ଶଶିଭୂଷଣ କରଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀର୍ଘ ବୟାଳିଶ ବର୍ଷ ପରେ ସରସଦା ଉଚ୍ଚ ବିଦ୍ୟାଳୟର ୧୯୮୦ ମସିହା ମ୍ୟାଟ୍ରିକ ପରୀକ୍ଷାର୍ଥୀମାନେ ନିଜ ନିଜର ସହପାଠୀଙ୍କ ସହ ବିଦ୍ୟାଳୟ ପରିସରରେ ପୁରାତନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଗହଣରେ ପୁର୍ନମିଳିତ ହୋଇ ଭାବବିନିମୟ କରିବା ଭାବପୂର୍ଣ୍ଣ ବୋଲି ମତ ଦେଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ଜଗନ୍ନାଥ ନାୟକ ଓ ପୂର୍ବତନ ପ୍ରଧାନଶିକ୍ଷକ ସ୍ୱର୍ଗତ ଘନଶ୍ୟାମ ନାୟକ, ସ୍ୱର୍ଗତ ଦିବାକର ମହାନ୍ତି ଓ ଅନ୍ୟ ଦିବଙ୍ଗତ ଶିକ୍ଷକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହି ଅବସରରେ ପୂର୍ବତନ ଶିକ୍ଷକମାନଙ୍କୁ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ସ୍ମୃତି ଓ ଅନୁଭୁତି ବଖାଣିଥିଲେ। ପୁରାତନ ଛାତ୍ର ପ୍ରକାଶ ନାୟକ ସ୍ୱାଗତ ଭାଷଣ ପ୍ରଦାନ ଓ ରାଜକିଶୋର ସ୍ୱାଇଁ ଅତିଥି ପରିଚୟ ଏବଂ ଧନ୍ୟବାଦ ଦେଇଥିଲେ। କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ସାଥି ସଙ୍ଗୀତ ପରିବେଷଣ କରିଥିଲେ। ୧୯୮୦ ବ୍ୟାଚ ମ୍ୟାଟ୍ରୀକ ପରୀକ୍ଷାର୍ଥୀମାନେ କାର୍ଯ୍ୟକ୍ରମ ପରିଚାଳନା କରଥିଲେ।