Home ଜିଲ୍ଲା ପରିକ୍ରମା ସରପଞ୍ଚଙ୍କ ଦବଙ୍ଗଗିରି; ଆବାସ ପଇସାରେ ପର୍ସେଣ୍ଟେଜ୍ ଜରୁରୀ

ସରପଞ୍ଚଙ୍କ ଦବଙ୍ଗଗିରି; ଆବାସ ପଇସାରେ ପର୍ସେଣ୍ଟେଜ୍ ଜରୁରୀ

92

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଗୋରାମାଟି ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ମହାଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଛି । “ସବୁବେଳେ ପଂଚାୟତବାସୀଙ୍କ ସୁଖଦୁଃଖର ସାଥୀ ହେବି କହି ଭୋଟ ମାଗିଥିବା ସରପଞ୍ଚ ମହାଶୟ ଆବାସ ଯୋଜନାରେ କାର୍ଯ୍ୟାନୁପାତରେ ଆଂଶିକ ବିଲ୍ ପେମେଣ୍ଟ ସମୟରେ ପର୍ସେଣ୍ଟେଜ୍ ନଦେଲେ ବିଲ୍ କରିବୁ ନାହିଁ” କୁ ଡରି ପଇସା ଦେବାକୁ ବାଧ୍ୟ ହୋଇଥିବା ଜଣେ ହିତାଧିକାରୀଙ୍କ ପୁତ୍ର ତାହାକୁ ରେକଡିଂ କରି ତାର ଅଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଫଳରେ ଜଣେ ସରପଞ୍ଚର ନୈତିକ ଚରିତ୍ରକୁ ସଜାଗ କରିବାର ଚେଷ୍ଟା କରି ସରପଞ୍ଚଙ୍କ ରୋଷର ଶୀକାର ହେବା ପରେ ମେଡିକାଲରେ ଭର୍ତ୍ତି ହେବା ଭଳି ଅଭାବନୀୟ ଘଟଣା ସରପଞ୍ଚଙ୍କ ସାଧୁତା ଓ କର୍ତ୍ତବ୍ୟବୋଧ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସୂଚନା ଅନୁସାରେ ସାବରଙ୍ଗ ଥାନା ଅଧୀନସ୍ଥ ଗୋରାମାଟି ପଂଚାୟତର ଚକପୁର ଗ୍ରାମର ବଂଶୀଧର ରଣାଙ୍କ ଆବାସ ଯୋଜନା ମିଳିବା ପରେ ସରପଞ୍ଚଙ୍କୁ ପ୍ରଥମେ ୨ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ତାଙ୍କର ପୁତ୍ର ପ୍ରହ୍ଲାଦ ରଣା ରେକଡିଂ କରି ଅଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଧାରଉଧାର କରି ଘରେ ଛାତ ପକାଇବା ପରେ ସରକାରୀ ଫଳକ ମାଗିବା ସହିତ ବିଲ୍ ପାସ୍ କରିବାକୁ କହିବାରୁ ସରପଞ୍ଚ କାର୍ଯ୍ୟାଳୟକୁ ଆସି ନେଇଯିବା ପାଇଁ କହିଥିଲେ । ତା ପରେ ଦୁଇ ଭାଇ ସେଠାରେ ପହଞ୍ôଚବା ପରେ ପୂର୍ବ ଯୋଜନା ଅନୁଯାୟୀ ସଂଗେ ସଂଗେ ପଳାୟତ ଅଫିସର କବାଟ ବନ୍ଦ କରି ପ୍ରାୟ ୧୫ ଜଣ ବ୍ୟକ୍ତି ଏ ଦୁଇ ଭାଇଙ୍କୁ ନିସ୍ତୁକ ମାଡ ମାରିବା ସହିତ ୨ଟି ମୋବାଇଲ୍ ଫୋନ୍ ଆଉ ୨୦ ହଜାର ଟଙ୍କା ଛଡାଇ ନେବା ସହିତ ସାଧା କାଗଜରେ ଦସ୍ତଖତ ଓ ଭାଇରାଲ ଅଡିଓ ସଂପର୍କରେ ସବୁ ସମାଧାନ ହୋଇଯାଇଥିବା ଲେଖାଇ ନେଇଥିଲେ । ପୁଅ ଦୁହେଁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବାର ଦର୍ଶାଇ ସାବରଙ୍ଗ ଫାଣ୍ଡିରେ ଲିଖିତ ଏତଲା ଦେଇ ନେହୁରା ହୋଇ ନ୍ୟାୟ ଚାହିଁଛନ୍ତି ମା’ କୁନ୍ତଳା ରଣା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.