Home Top News ସମ୍ଭାବ୍ୟ ବାତ୍ୟା ସମ୍ବନ୍ଧୀତ ପାଣିପାଗ କେନ୍ଦ୍ରର ସଦ୍ୟତମ ସୂଚନା

ସମ୍ଭାବ୍ୟ ବାତ୍ୟା ସମ୍ବନ୍ଧୀତ ପାଣିପାଗ କେନ୍ଦ୍ରର ସଦ୍ୟତମ ସୂଚନା

316

ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ମଇ ମାସ ୨୨ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ଏବଂ ଏହା ଘନୀଭୂତ ହୋଇ ବାତ୍ୟାର ପରିଣତ ହେବା ସମ୍ଭାବନା ଅଛି ବୋଲି ଆଜି ସନ୍ଧ୍ୟାରେ ଏକ ବିଜ୍ଞପ୍ତି ଜାରୀ କରି ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର।

ଏହି ସୂଚନା ଅନୁଯାୟୀ, ଆଜି ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୩.୧ କିମି ରୁ ୫.୮ କିମି ମରେ ଗୋଟିଏ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା କାଲି, ଦିନାଙ୍କ ୨୨ ତାରିଖ ବେଳକୁ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି, ୨୪ ତାରିଖ ବେଳକୁ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡ ବା ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଆହୁରି ଘନୀଭୂତ ହୋଇ ୨୬ ତାରିଖ ସକାଳ ସମୟରେ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି।

ବର୍ଷା ଜନିତ ଚେତାବନୀ:

୨୫ ତାରିଖ ଠାରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧି ସହିତ ବିସ୍ତାରର ବୃଦ୍ଧି ହେବାର ସମ୍ଭାବନା ରହିଛି।

ପବନଜନିତ ଚେତାବନୀ:
୨୨ ତାରିଖବେଳକୁ ଆଣ୍ଡାମାନ ସାଗର , ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ୪୦ ରୁ ୫୦ କିମି ତଥା ଝଟକା ପବନ ଘଣ୍ଟା ପ୍ରତି ୬୦ କିମି ରହିବାର ସମ୍ଭାବନା ରହିଛି। ଏହି ପବନ ୨୩ ତାରିଖ ସକାଳ ପରଠାରୁ ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ତଥା ଝଟକା ପବନ ୬୫ କିମି ରହିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଆହୁରି ବୃଦ୍ଧି ପାଇ ୨୩ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ ପବନ ଘଣ୍ଟା ପ୍ରତି ବେଗ ୫୦ ରୁ ୬୦ କିମି ତଥା ଝଟକା ପବନ ଘଣ୍ଟା ପ୍ରତି ୭୦ କିମି ରହିବାର ସମ୍ଭାବନା ଥିବା ବେଳେ, ୨୪ ତାରିଖ ଠାରୁ ଏହି ପବନ ଘୁର୍ନୀୟମାନ ହେବା ସହ ଘଣ୍ଟା ପ୍ରତି ବେଗ ୬୫ ରୁ ୭୫ କିମି ତଥା ଝଟକା ପବନ ଘଣ୍ଟା ପ୍ରତି ୮୫ କିମି ରହିବାର ସମ୍ଭାବନା ରହିଛି ଏବଂ ଏହା କ୍ରମାଗତ ଭାବେ ୨୫ ତାରିଖ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଉତ୍ତର ବଙ୍ଗୋପସାଗର ଏବଂ ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ୨୪ ତାରିଖ ସନ୍ଧ୍ୟା ବେଳକୁ ଝଡ ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ତଥା ଝଟକା ପବନ ଘଣ୍ଟା ପ୍ରତି ୬୦ କିମି ରହିବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ବୃଦ୍ଧି ହୋଇ ୨୫ ତାରିଖ ସନ୍ଧ୍ୟା ଠାରୁ ଝଡ ପବନ ଘଣ୍ଟା ପ୍ରତି ବେଗ ୫୦ ରୁ ୬୦ କିମି ତଥା ଝଟକା ପବନ ଘଣ୍ଟା ପ୍ରତି ୭୦ କିମି ରହିବ ସହ ୨୬ ତାରିଖ ଅପରାହ୍ନ ଯାଏଁ ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି।

ସମୁଦ୍ରର ସ୍ତତି:

୨୩ ତାରିଖ ବେଳକୁ ଆଣ୍ଡାମାନ ସାଗର , ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ରର ସ୍ଥିତି ଅତ୍ୟନ୍ତ ଖରାପ ରହିବାର ସମ୍ଭାବନା ରହିଛି। ୨୪ ରୁ ୨୬ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳର ଅଧୁକାଶ ଅଞ୍ଚଳ, ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳ ରେ ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭାବନା ରହିଛି।

ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରିହୋଇଥିବା ଚେତାବନୀ:

ମତ୍ସ୍ୟଜୀବୀମାନଙ୍କୁ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଏବଂ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳ ମଧ୍ୟକୁ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି।

ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ, ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.