Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

155

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ପୂର୍ବରୁ ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଏହା ସହିତ ପ୍ରତି ବ୍ଲକର ବିଡିଓ ଏବଂ ତହସିଲର ତହସିଲଦାର ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆ ଯାଇଛି । ଜିଲ୍ଲାର ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ସେଠାରେ ଆଲୋକର ବନ୍ଦୋବସ୍ତ କରାଯିବାକୁ କୁହାଯାଇଛି । ବ୍ଲକରେ ଶୁଖିଲା ଖାଦ୍ୟ ସହିତ ଅତ୍ୟାବଶ୍ୟକ ଜନିିଷ ମହଜୁଦ ରଖିବାକୁ ବିଡିଓ ଏବଂ ତହସିଲଦାରମାନଙ୍କୁ କୁହାଯାଇଛି । ଅଧିକାରୀମାନେ ହେଡକ୍ୱାର୍ଟର ନ ଛାଡିବାକୁ ମଧ୍ୟ କୁହାଯାଇଛି । ଏହି ସମୟରେ ଧାମରା, ଚାନ୍ଦବାଲି, କଷିଆ, ଚୁଡାମଣି ଆଦି ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବିଶେଷ କରି ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୭୨ଟି ପଞ୍ଚାୟତରେ ଅଧିକ ସତର୍କତା ଅବଲମ୍ବନ କରାଯିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.