Home ଜିଲ୍ଲା ପରିକ୍ରମା ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ଶପଥ ପାଠ ଓ ଆଲୋଚନା ଚକ୍ର

ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ଶପଥ ପାଠ ଓ ଆଲୋଚନା ଚକ୍ର

39

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତୀୟ ସମ୍ବିଧାନ ଆମ ଦେଶ ପାଇଁ ଅଧିଗ୍ରହୀତ ହେବାର ସ୍ମୃତି ଦିବସକୁ ୨୦୧୫ ମସିହାରୁ ସରକାରୀ ସ୍ତରରେ ସମ୍ବିଧାନ ଦିବସ ପାଳନ କରାଯାଇ ଆସୁଛି । ଏଡି ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହି ଦିବସ ପାଳନ ପାଇଁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଶପଥ ପାଠ ଓ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏଠାରେ ଆୟୋଜିତ ହୋଇଥିବା ଦୁଇଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କାର୍ଯ୍ୟକ୍ରମ ଅବସରରେ ଏହି ଶପଥ ପାଠ କାର୍ଯ୍ୟକ୍ରମକୁ ସାମିଲ କରାଯାଇଥିଲା । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ହୃଷିକେଶ ବେହେରା, ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସହକାରୀ ନିର୍ଦ୍ଦେଶ କୃଷି ଶ୍ରୀଧର ଦାସ, ବ୍ଲକ କୃଷି ଅଧିକାରୀ ଅରୁଣ ପାତ୍ର, ଏ.ଡ଼ି.ଭି.ଓ ଚନ୍ଦ୍ର ଶେଖର ରଥ ଏବଂ ସୁଶୀଳ କୁମାର ଧଳ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ନିରାକାର ଜେନା ପ୍ରମୁଖ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ଉପସ୍ଥିତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗୀୟ କର୍ମଚାରୀ, ଚାଷୀ, ସାଧାରଣ ଦର୍ଶକ, ଛାତ୍ର/ଛାତ୍ରୀ, ସାଂସ୍କୃତିକ ଦଳର କଳାକାର ପିଲା, ବିଭିନ୍ନ ସ୍କୁଲ କଲେଜର ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ସମସ୍ତେ ଶପଥ ଗ୍ରହଣ କରିଥିଲେ । ଏହି ଦିବସ ପାଳନ ପାଇଁ ଭଦ୍ରକର ଆଗଧାଡ଼ିର ସ୍ୱେଚ୍ଛାସେବୀ ସଂଗଠନ ଏସିଆନା ମୁକ୍ତାଶ୍ରୟ କେନ୍ଦ୍ରର ଅନ୍ତେବାସୀଙ୍କୁ ନେଇ ଏକ ଶପଥ ପାଠ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । କେନ୍ଦ୍ରର ସଂଯୋଜକ ସେକ୍ ରିଆଜ୍ ଅହମ୍ମଦ ଆକାଶବାଣୀ ଓ ଦୂରଦର୍ଶନ ସାମ୍ବାଦିକ ଅଶୋକ କୁମାର ନାୟକ, କେନ୍ଦ୍ରର ଅନ୍ୟତମ କର୍ମଚାରୀ ସାମାଜିକ କର୍ମୀ କାଦମ୍ବିନୀ ଜେନା, ଭାଗ୍ୟଶ୍ରୀ ମହାକୁଡ଼, ମମତା ମଲ୍ଲିକ୍‌, ଜନ୍ମଜ୍ୟୋତି ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶପଥ ପାଠ କରିବା ସହିତ ଦିବସ ପାଳନ ଆଭିମୁଖ୍ୟରେ ପିଲାଙ୍କ ପାଇଁ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.