Home ଓଡ଼ିଶା ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତିକୁ “ନୀଳଚକ୍ର” ର ବିରୋଧ, ଦୂରଦର୍ଶନ କେନ୍ଦ୍ର ସମ୍ମୁଖରେ ଅନିର୍ଦ୍ଧିଷ୍ଟ...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତିକୁ “ନୀଳଚକ୍ର” ର ବିରୋଧ, ଦୂରଦର୍ଶନ କେନ୍ଦ୍ର ସମ୍ମୁଖରେ ଅନିର୍ଦ୍ଧିଷ୍ଟ ବ୍ୟାପୀ ଗଣଧାରଣା ଆରମ୍ଭ

54

ସମ୍ବଲପୁର, ୦୪/୦୨ (ଓଡ଼ିଆ ପୁଅ/ସରୋଜ ସାହୁ) : ୧୯୭୮ ମସିହାରେ ସମ୍ବଲପୁରରେ ସ୍ଥାପନ ହୋଇଥିଲା ଦୂରଦର୍ଶନ କେନ୍ଦ୍ର। ଏହି ଦୂରଦର୍ଶନ କେନ୍ଦ୍ରକୁ ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲ୍ କୃଷ୍ଣ ଆଡ଼ଭାନୀ ଉଦ୍ଘାଟନ କରିଥିଲେ। ହେଲେ ବର୍ତ୍ତମାନ ଦୂରଦର୍ଶନ କେନ୍ଦ୍ରର ଯନ୍ତ୍ରପାତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ସହ ଏହାର କର୍ମଚାରୀମାନଙ୍କୁ ବଦଳି କରାଯାଉଛି। ଯାହାକୁ ନେଇ ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ “ନୀଳଚକ୍ର” ପକ୍ଷରୁ ଦୂରଦର୍ଶନ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ଅନିଦ୍ଧିଷ୍ଟ ପର୍ଯ୍ୟନ୍ତ ଗଣଧାରଣା ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ପ୍ରଚାର ପ୍ରସାର କରିବାରେ ଏହାର ପ୍ରମୁଖ ଭୂମିକା ରହିଥିଲା। ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିବାର ଷଡ଼ଯନ୍ତ୍ର କରାଯାଉଛି। ସରକାରଙ୍କ ନିଷ୍ପତ୍ତି ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଏଲଢ଼େଇ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ବଂଶୀଧର କର କହିଛନ୍ତି। ଆଜିକାର ଏହି ଗଣଧାରଣା କାର୍ଯ୍ୟକ୍ରମରେ ନୀଳଚକ୍ରର ଅନୁଷ୍ଠାନର ସଭାପତି ବଂଶୀଧର କର ଙ୍କ ସମେତ କାର୍ଯ୍ୟକାରୀ ସଭାପତି କାର୍ତ୍ତିକ ପ୍ରସାଦ ବହିଦାର, ସାଧାରଣ ସମ୍ପାଦକ ଭକ୍ତ ପ୍ରସାଦ ପଣ୍ଡା, ଉପ ସଭାପତି ରବି ନାରାୟଣ ପଣ୍ଡା, ସଂସ୍କୃତି ସମ୍ପାଦକ ସଚ୍ଚିଦା ନନ୍ଦ ପ୍ରଧାନ, ଭାଷା ସାହିତ୍ୟ ସମ୍ପାଦକ ରମାକାନ୍ତ ବିଶ୍ୱାଳ, ଜୀବର୍ଦ୍ଧନ ରାଉତ, ସୁଶିଲ କୁମାର ବେହେରା, ଯଶୋବନ୍ତ ପୁରୋହିତ, ଜୟ ରାମ ପ୍ରଧାନ, ବେଦମତୀ ପ୍ରଧାନ, ଚତୁର୍ଭୁଜ ଗର୍ଡିଆ, ଜୟନ୍ତୀ ବାଗ, ଗୋପାଳ ରାଉତ, ପ୍ରକୃତି ବନ୍ଧୁ ଦେବାଶିଷ ସାହୁ, ସୁରୁ ବାବୁ ରାଉତ, ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.