Home ଜିଲ୍ଲା ପରିକ୍ରମା ସମାଜସେବୀ ୰ ନିତ୍ୟାନନ୍ଦ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିଚାରଣ ସଭା

ସମାଜସେବୀ ୰ ନିତ୍ୟାନନ୍ଦ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିଚାରଣ ସଭା

11

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିତ୍ୟାନନ୍ଦ ଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଗରଦପୁରରେ ସମାଜସେବୀ ୰ ନିତ୍ୟାନନ୍ଦ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅଧିବକ୍ତା ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଭଦ୍‌୍ରକ ମ୍ୟୁନିସିପାଲ୍‌ଟିର ପୌରାଧ୍ୟକ୍ଷା ଗୁଲ୍‌ମକ୍କୀ ହବିବ୍‌, ମୁଖ୍ୟ ବକ୍ତାଭାବରେ ବିଶିଷ୍ଟ ସମାଜସେବୀ ଏସ. ଏମ୍‌. ଫାରୁକ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ନରେନ ପଲାଇ, ବରିଷ୍ଠ ବିଜେପି ନେତା ଡାକ୍ତର ପ୍ରଦୀପ କୁମାର ନାୟକ ଏବଂ ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ ଯୋଗ ଦେଇ ୰ ନିତ୍ୟାନନ୍ଦ ଦାସ ଜଣେ ଅତି ସରଳ ନିଃସ୍ୱାର୍ଥପର, ପରୋପକାରୀ ସମାଜସେବୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସେ ପୁରୁଣା ବଜାର ଅଂଚଳରେ ସାଂପ୍ରଦାୟିକ ସଦ୍‌ଭାବ ରକ୍ଷା ନିମିତ ସତତ ଚେଷ୍ଟିତ ଥିଲେ ବୋଲି ସମସ୍ତେ ଅବତାରଣା କରିଥିଲେ । ଉକ୍ତ ସଭାରେ ଭଦ୍ରକ ମୋହରିର ସଂଘର ସମ୍ପାଦକ ରାମଚନ୍ଦ୍ର ନାୟକ, ସାହିତ୍ୟିକ ବିଜୟ ବହଳି, ମୋଗଲ ତାମସାର କଳାକାର ପ୍ରଦୌାତନ ସୁଆର, ରବିନାରାୟଣ ଯେନା, ନିହାର ସିଂହ, ନରେନ୍ଦ୍ର ମହାପାତ୍ର, ସନ୍ତୋଷ ମହାପାତ୍ର, ରାମଚନ୍ଦ୍ର କର, ହୃଷିକେଶ ମହାନ୍ତି, ହରିହର ମହାନ୍ତି, ଅଶୋକ ଦାସ, ମଧୁସୂଦନ ତ୍ରିପାଠୀ ପ୍ରମୁଖ ୰ ନିତ୍ୟାନନ୍ଦ ଦାସ ଜଣେ ମିକୁଟବିହୀନ ସମ୍ରାଟ ଥିଲେ ବୋଲି ସ୍ମୃତିଚାରଣ କରିଥିଲେ । ୰ ନିତ୍ୟାନନ୍ଦ ଦାସଙ୍କ ଅତି ଅନ୍ତରଙ୍ଗ ସହଯୋଗୀ ସୁଧାଂଶୁ କୁମାର ମହାନ୍ତି ସଭାପରିଚାଳନା କରିଥିଲେ । ସକାଳ ୯ ଘଟିକା ସମୟରେ ସାଳନ୍ଦୀ ନଦୀ କୂଳରେ ତିଳତର୍ପଣ ଓ ମ୍ୟୁନିସିପାଲ୍‌ଟିର ପୌରାଧ୍ୟକ୍ଷା ଗୁଲ୍‌ମକ୍କୀ ହବିବ୍‌ଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୰ ନିତ୍ୟାନନ୍ଦ ଦାସଙ୍କ ତିନିପୁତ୍ର ସହ ପରିବାର ବର୍ଗ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.