Home ଜିଲ୍ଲା ପରିକ୍ରମା ସମାଜସେବୀ ସୁରେନ୍ଦ୍ର ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା

ସମାଜସେବୀ ସୁରେନ୍ଦ୍ର ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା

59

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ବିଶ୍ୱାଳ ଜଣେ ଶାନ୍ତ, ସରଳ ଓ ପରୋପକାରୀ ବ୍ୟକ୍ତି ଥିଲେ । ସେ କଥା କମ କହୁଥିଲେ ନିଷ୍ଠାର ସହ କାର୍ଯ୍ୟ କରି ଚାଲିଥିଲେ । ଆଦର୍ଶ ଗୃହସ୍ଥ ଭାବେ ନିଜ ପରିବାରକୁ ଆଗେଇ ନେବା ସହ ଭାଇ, ବନ୍ଧୁ ଓ ଆତ୍ମୀୟ ସ୍ୱଜନଙ୍କ ଉନ୍ନତି ପାଇଁ ସବୁବେଳେ ଚିନ୍ତା କରୁଥିଲେ । ଏହା ବ୍ୟତୀତ ସ୍ୱର୍ଗତ ବିଶ୍ୱାଳ ଭଦ୍ରକ ର ବିଭିନ୍ନ ଅନୁଷ୍ଠାନ, କ୍ରୀଡା ସଙ୍ଗଠନ, ବ୍ୟବସାୟୀ ସଂଘ ଓ ଲାୟନ୍ସ କ୍ଲବ ସହିତ ଜଡିତ ଥିଲେ । ଏହି ସବୁ ଅନୁଷ୍ଠାନ ଗୁଡିକର ବିକାଶ ନେଇ ଆର୍ଥିକ ସହାୟତା ପ୍ରଦାନ କରିବା ସହ ନିଜର ପ୍ରଚେଷ୍ଟା ଜାରି ରଖିଥିଲେ । ତାଙ୍କର ଶ୍ରେଷ୍ଠ ଗୁଣ ଥିଲା ସମସ୍ତଙ୍କୁ ଭଲ ପାଇବା ବୋଲି ଏକାଦଶାହ ଉପଲକ୍ଷେ ଆୟୋଜିତ ସ୍ୱର୍ଗତ ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ବିଶିଷ୍ଟ ସମାଜସେବୀ ତଥା ତ୍ୟାଗଭୂମି ସମ୍ମିଳନୀ ର ସଭାପତି ଅଜୟ ନାୟକଙ୍କ ପୌରହିତ୍ୟରେ ନିଜସ୍ୱ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ବିଧାୟକ ସଞ୍ଜୀବ କୁମାର ମଲ୍ଳିକ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ କର୍ମମୟ ଜୀବନ ଓ ସମାଜସେବା ସମ୍ପର୍କରେ ନିଜ ମତ ରଖିଥିଲେ । ପ୍ରାକ୍ତନ ମନ୍ତ୍ରୀ ଓ ବିଧାୟକ ଯୁଗଳକିଶୋର ପଟ୍ଟନାୟକ ତାଙ୍କର ପଡୋଶୀ ସମ୍ପର୍କୀୟ ଅନୁଭୂତି ବର୍ଣ୍ଣନା କରିବା ସହ ସହର ର ତତ୍‌କାଳୀନ ସମସ୍ୟାର ସମାଧାନ ପାଇଁ ସ୍ୱର୍ଗତ ବିଶ୍ୱାଳଙ୍କ ଥିବା ପରାମର୍ଶ ଗୁଡିକ ଉପରେ ନିଜର ଅନୁଭୂତି ବଖାଣିଥିଲେ । ସ୍ୱର୍ଗତ ବିଶ୍ୱାଳ ଭଦ୍ରକର ବିଭିନ୍ନ ସମସ୍ୟା ସହିତ ନିଜକୁ ଜଡିତ କରାଇ ସୁପରାମର୍ଶ ଦେଉଥିଲେ ବୋଲି ପୂର୍ବତନ ପୌରାଧ୍ୟକ୍ଷ ମାନସ ମହାନ୍ତି କହିଥିଲେ । ତାଙ୍କର ପୃଷ୍ଠପୋଷକତାରେ ସେତେବେଳେ ଭଦ୍ରକ ଆଥଲେଟିକ ଆସୋସିଏସନ, ମନମୋହନ ସଙ୍ଗୀତ ପରିଷଦ ଓ ବ୍ୟବସାୟୀ ସଂଘର ଉପସଭାପତି ଓ ସମ୍ପାଦକ ସହ ଲାୟନ୍ସ କ୍ଲବର ଜଣେ ସକ୍ରିୟ ସଭ୍ୟ ଥିଲେ । ଭଦ୍ରକ ବାର୍ ଏସୋସିଏସନ ସଭାପତି ନିରାକାର ଜେନା ସ୍ୱର୍ଗତ ବିଶ୍ୱାଳଙ୍କ ସହ ତାଙ୍କର ପାରିବାରିକ ଘନିଷ୍ଠତା ସମ୍ପର୍କରେ ନିଜର ଅନୁଭୂତି ବାଣ୍ଟିଥିଲେ । ଅନୁଷ୍ଠିତ ଏହି ସଭାରେ ଶିକ୍ଷାବିତ କମଳାକାନ୍ତ ସ୍ୱାଇଁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ମଳୟ ଜେନା, ଅବସରପ୍ରାପ୍ତ ଶ୍ରମ ଅଧିକାରୀ ଅମରେଶ ବିଶ୍ୱାଳ, କରୁଣାକର ମହାପାତ୍ର, ପୂର୍ବତନ ଅବକାରୀ ଅଧୀକ୍ଷକ ଅଶୋକ ଜେନା, ଜିଲ୍ଲା କ୍ରୀଡାଧିକାରୀ ପଦ୍ମନ କୁମାର ରାୟ, ରାଧାକାନ୍ତ ସାମଲ, ବରିଷ୍ଠ ସାମ୍ବାଦିକ ନିହାର ଦାସ, ନିମାଇ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.