Home ଜିଲ୍ଲା ପରିକ୍ରମା ସମାଜସେବୀ ଦୁର୍ଯ୍ୟୋଧନଙ୍କ ଦେହାନ୍ତରେ ଲୁହରେ ଭିଜିଲା ରାହାଞ୍ଜ ମାଟି

ସମାଜସେବୀ ଦୁର୍ଯ୍ୟୋଧନଙ୍କ ଦେହାନ୍ତରେ ଲୁହରେ ଭିଜିଲା ରାହାଞ୍ଜ ମାଟି

61

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ନବେ ଦଶକରେ ବହୁ ଚର୍ଚ୍ଚିତ ‘ଭଦ୍ରକିଆ ଟୋକା’ ପୁସ୍ତକର ରଚୟିତା, ସ୍ତମ୍ଭକାର, ସମାଜସେବୀ, ରାଣୀତାଲ ସାହିତ୍ୟି ସଂସ୍କୃତି ପରିଷଦର ଉପଦେଷ୍ଟା ତଥା ରାହାଞ୍ଜ ପଞ୍ଚମୁଖୀ ହନୁମାନ ମନ୍ଦିରର ପ୍ରତିଷ୍ଠାତା, ୟୁକୋବ୍ୟାଙ୍କର ପୂର୍ବତନ ମ୍ୟାନେଜର ଦୁର୍ଯ୍ୟୋଧନ ମଲ୍ଲିକଙ୍କର ଦୁର୍ଘଟଣା ଜନିତ ମୃତ୍ୟୁରେ ତାଙ୍କ ସ୍ଥାନୀୟ ଜନ୍ମମାଟି ରାହାଞ୍ଜ ଆଜି ଲୁହରେ ଭିଜିଯାଇଛି । ଗତକାଲି ସନ୍ଧ୍ୟାରେ ଚରମ୍ପାର ଏକ ବୈଠକରେ ଯୋଗଦେବାକୁ ନିଜ ସ୍କୁଟିରେ ଯାଉଥିବାବେଳେ ୧୬ନଂ ଜାତୀୟ ରାଜପଥର ଧାମରା ରେଳ ବ୍ରିଜ୍ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୧.୧୫ ରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ସ୍ୱର୍ଗତଃ ଦୁର୍ଯ୍ୟୋଧନ ରାଣୀତାଲ ସମ୍ବାଦ ସାହିତ୍ୟ ଘରର ଉପସଭାପତି ସହ ବିଭିନ୍ନ ସାମାଜିକ ଓ ଧର୍ମୀୟ ଅନୁଷ୍ଠାନରେ ଜଡିତ ରହିଥିଲେ । ଭଦ୍ରକ ସୋସିଆଲ ସର୍ଭିସ୍ ସଂଗଠନ ଗଠନ କରି ରକ୍ତଦାନ ଶିବିର, ବୃକ୍ଷରୋପଣ ସହ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଥିଲେ । କରୋନା ସମୟରେ ଚୁଡା, ଗୁଡ ଆଦି ବଣ୍ଟନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଆଜି ତାଙ୍କ ମର ଶରୀର କଟକରୁ ଆସିବା ପରେ ଏକ ସୁସଜ୍ଜିତ ଗାଡିରେ ଚରମ୍ପାର ତାଙ୍କ ବାସଗୃହସ୍ଥ କଲୋନୀ ପରିଭ୍ରମଣ ପରେ ପୈତୃକ ଗ୍ରାମ ରାହାଞ୍ଜ ଅଣାଯାଇଥିଲା । ଏକ ବିରାଟ ଶୋଭାଯାତ୍ରା ଦୁର୍ଯ୍ୟୋଧନ ଅମର ରହେ ନାରାରେ ଫାଟି ପଡୁଥିଲା । ସହରରେ ଘରକରି ଗାଁରେ ରହୁଥିବା ମଣିଷର ମର ଶରୀର ପହଞ୍ôଚବା ପରେ ନିଜ ଘରେ ଶେଷଦର୍ଶନ ପାଇଁ ରଖାଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମବାସୀ ଶେଷ ଦର୍ଶନ ପରେ ତାଙ୍କ ଏକମାତ୍ର ପୁତ୍ର ବିଭୁଦତ୍ତ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.