Home ଜିଲ୍ଲା ପରିକ୍ରମା ସମାଜସେବାକୁ ବ୍ରତ ଭାବେ ଗ୍ରହଣକରୁ ଯୁବ ସମାଜ, ନବଜୀବନ ଫାଉଣ୍ଡେସନର ଆଲୋଚନା ଚକ୍ର ।

ସମାଜସେବାକୁ ବ୍ରତ ଭାବେ ଗ୍ରହଣକରୁ ଯୁବ ସମାଜ, ନବଜୀବନ ଫାଉଣ୍ଡେସନର ଆଲୋଚନା ଚକ୍ର ।

29

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସାମାଜିକ ସଂଗଠନ ନବଜୀବନ ଫାଉଣ୍ଡେସନ ଓଡ଼ିଶା ଶାଖାର ବାର୍ଷିକ ସମାରୋହ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସଂସ୍କୃତି ଭବନରେ ଆୟୋଜିତ ଉତ୍ସବରେ ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ପୌରହିତ୍ୟ କରିଥିଲେ ।ରାଜ୍ୟର ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଜିର ଯୁବପିଢ଼ି ଅନେକାଂଶରେ ସେବା ଓ ସାମାଜିକ କାର୍ଯ୍ୟରୁ ଦୂରେଇ ଯାଇଛନ୍ତି ବୋଲି ପ୍ରକାଶ କରି ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିବାକୁ ମତବ୍ୟକ୍ତ କରିଥିଲେ ।ମୁଖ୍ୟବକ୍ତା ବରିଷ୍ଠ ସ୍ତମ୍ଭକାର ଅମିୟ ପାଣ୍ଡବ ବକ୍ତବ୍ୟରେ ଆଜି ସମୟରେ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷ ଆତ୍ମ ପ୍ରଚାର ପ୍ରସାର ଜନିତ ସମାଜସେବାରେ ସାମିଲ ହେବା କହି ଏପରି ମାନସିକତା ସମାଜର କଲ୍ୟାଣ କରିବ ନାହିଁ ବୋଲି ପ୍ରକାଶ କରିଥିଲେ ।ଫେଲୋସିପର ନିର୍ଦ୍ଦେଶକ ଲଲାତେନ୍ଦୁ ମହାନ୍ତି,ଯୁବ ଶିଳ୍ପଦ୍ୱେଗୀ ସୂରଜ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ପଣ୍ଡିତ ନିର୍ମଳ ଚନ୍ଦ୍ର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ନବଜୀବନ ଫାଉଣ୍ଡେସନ ରାଜ୍ୟ ମୁଖ୍ୟ ମାନସ ରଞ୍ଜନ ସାହୁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ଦେଇଥିଲେ ।ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରମୁଖ ସମାଜିକ ସଂଗଠନ ସହିତ ସାମ୍ବାଦିକ,ସାମାଜିକ କର୍ମୀ,ଚିତ୍ରଶିଳ୍ପୀ,ଆଇନଜୀବୀଙ୍କୁ ନବଜୀବନ ସମ୍ମାନ-୨୦୨୧ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।ବିବେକାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ସିଆରସିସି ଚିତ୍ରଭାନୁ ଦାସ,ଚିରଞ୍ଜୀବ ନାୟକ,ସାମ୍ବାଦିକ ବିବେକାନନ୍ଦ ସାମଲ,ଦେବାଶିଷ ରଥ,ଜଗନ ସାହୁ,ତୃପ୍ତି ରଂଜନ ଦାସ,ସିର୍ଦ୍ଧାଥ ସ୍ୱାଇଁ,ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.