Home ଜିଲ୍ଲା ପରିକ୍ରମା ସମାଜରେ ମଣିଷ ଭଳି ହେବାକୁ ହେଲେ ଶୈଶବରୁ ଶିକ୍ଷାର ଉପଯୁକ୍ତ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ

ସମାଜରେ ମଣିଷ ଭଳି ହେବାକୁ ହେଲେ ଶୈଶବରୁ ଶିକ୍ଷାର ଉପଯୁକ୍ତ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ

10

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିରାପଦ ପ୍ରତିଷ୍ଠାନର ୪ର୍ଥ ବାର୍ଷିକ ସମାରୋହ ନୂଆବଜାର ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠାନର ପ୍ରତିଷ୍ଠାତା ମିତସ୍ମିତା ବଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ରଶ୍ମିତା ଦାଶ ମଞ୍ଚକୁ ଅତିଥିମାନଙ୍କ ଆମନ୍ତ୍ରଣ କରିଥିଲେ । ଟି. ରାଜଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ । ନିରାପଦ ପ୍ରତିଷ୍ଠାନର ଉପଦେଷ୍ଟା ବିଶିଷ୍ଟ ଅଧିବକ୍ତା ନିରାକାର ଜେନା, ପୂର୍ବତନ ବିଧାୟକ ନରେନ ପଲେଇ, ତ୍ୟାଗଭୂମି ସାଂସ୍କୃତି ସମ୍ମେଳନର ସଭାପତି ଅଜୟ ନାୟକ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ । ଯୁବ ସମାଜ ଆଜି ନିଶା ସେବନ କରି ଅଧଃପତନ ଦିଗରେ ଆଗେଇ ଯାଉଛନ୍ତି । ସମାଜ ଗଠନ ଦିଗରେ ଯୁବ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ, ମାତ୍ର ଯୁବକମାନେ ତାହାର ବାସ୍ତବ ରୂପାୟନ କରି ପାରୁନାହାନ୍ତି । ସେମାନଙ୍କୁ ଉପଯୁକ୍ତ ମାର୍ଗ ଦେଖାଇବା ଏବଂ ବାଲ୍ୟକାଳରୁ ଉପଯୁକ୍ତ ସତ୍‌ଶିକ୍ଷା ପ୍ରଦାନ କରାଯିବା ନିତାନ୍ତ ଜରୁରୀ ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ବରିଷ୍ଠ ଡାକ୍ତର ତଥା ସମାଜସେବୀ ଡାକ୍ତର ହରେକୃଷ୍ଣ ନାୟକ, ଅବସରପ୍ରାପ୍ତ ଶିକ୍ଷକ ଗଗନ ବିହାରୀ ରାଉଳ, ସମାଜସେବୀ ସୁନିଲ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଆଡ୍‌ଭୋକେଟ୍ ଜତିକାନ୍ତ ନାୟକ, ସମାଜସେବୀ ଡା. ଶିଶିର ମିଶ୍ର, ମୁସ୍ତାକ ଗହ୍ୱର, ଅବଦୁଲ୍ ଦୟାନ, ଶାନ୍ତନୁ ରାଉତ, ଆଡ୍‌ଭୋକେଟ ପର୍ଶୁରାମ ଦ୍ୱିବେଦୀ, ଆଡ୍‌ଭୋକେଟ ଅରୁଣ ଚାନ୍ଦ, ଏସ୍‌.ଏମ୍‌. ଫାରୁକ, ଆଡ୍‌ଭୋକେଟ ଗିରିଧାରୀ ନାଥ ପ୍ରମୁଖ ଯୋଗ ଦେଇଥିଲେ । ରଶ୍ମିରଂଜନ ସାହୁ ଟ୍ରଷ୍ଟର କାର୍ଯ୍ୟକ୍ରମର ଝଲକ୍ ପ୍ରଦର୍ଶନ କରିଥିବା ବେଳେ ଆଡ୍‌ଭୋକେଟ ବିଜନ ଜେନା ମଞ୍ଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.