Home ଜିଲ୍ଲା ପରିକ୍ରମା ସଭାପତି ଦାୟିତ୍ୱ ନେଲେ ଅଭିଜିତ୍‌, ଭଦ୍ରକ ରୋଟାରୀ କ୍ଲବର ବ୍ୟାପକ କାର୍ଯ୍ୟକ୍ରମ

ସଭାପତି ଦାୟିତ୍ୱ ନେଲେ ଅଭିଜିତ୍‌, ଭଦ୍ରକ ରୋଟାରୀ କ୍ଲବର ବ୍ୟାପକ କାର୍ଯ୍ୟକ୍ରମ

36

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ରୋଟାରୀ ବର୍ଷ ଆରମ୍ଭରେ ଭଦ୍ରକ ରୋଟାରୀ କ୍ଲବ୍‌ର ସଭାପତି ଭାବରେ ଯୁବ ସଂଗଠକ ଅଭିଜିତ୍ ନାୟକ ଓ ସଂପାଦକ ଭାବରେ ମାଂଗିଲାଲ୍ ବଳଦେବା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ରୋ. ଶିଶିର ମିଶ୍ର, ରୋ. ଅତିସ୍ ବେହେରା, ଇନ୍ଦ୍ରଜିତ୍ ସାହୁ, ଅଧ୍ୟାପକ ନାସିର ବକ୍ସ, ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଇଂ. ବସନ୍ତ କୁମାର ପାଣିଗ୍ରାହୀ, ଅମ୍ବିକା ବଲ୍ଲଭ ସ୍ୱାଇଁ, ରୋ. ବିଜୟ ସାହୁ ପ୍ରମୁଖ ନୂତନ ସଭାପତି ଓ ସଂପାଦକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଥମ କାର୍ଯ୍ୟଦିବସଟି ପବିତ୍ର ରଥଯାତ୍ରାରେ ଆରମ୍ଭ ହୋଇଥିବାରୁ ଭଦ୍ରକ ରୋଟାରୀ କ୍ଲବ୍ ତରଫରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସର୍ବପ୍ରଥମେ ସଦସ୍ୟମାନେ କ୍ଲବର ପ୍ରତିଷ୍ଠାତା ସଭାପତି ରାଖାଲ ଚନ୍ଦ୍ର ଦାସ ଓ ପ୍ରକାଶ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସଦସ୍ୟମାନେ ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ। ବଳାଜିତ୍‌ପଡା ଜଗନ୍ନାଥ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କ୍ଲବ ପକ୍ଷରୁ ମନ୍ଦିରକୁ ଏକ ଇନ୍‌ଭର୍ଟର ସେଟ୍ ପ୍ରଦାନ କରାଯାଇଥିଲା। ପରେ ବାଇପାସ ସ୍ଥିତ କ୍ଲବ ସଭାଗୃହରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଦିବସ ପାଳିତ ହୋଇଥିଲା। ରୋ. ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ପରିଚାଳିତ ଏହି ସଭାରେ ଚାଟାର୍ଡ ଆକାଉଣ୍ଟାଣ୍ଟ କରଣ କେଜରିୱାଲ୍‌, ଅନୀଲ ଡିଡ୍‌ୱାନିଆ, ରାଜା ଫୋଗଲା ଓ ଅକ୍ଷୟ ନାରାୟଣ ଦତ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅପରାହ୍ନରେ କ୍ଲବ୍ ପକ୍ଷରୁ ଜଗନ୍ନାଥପୁର ରଥଯାତ୍ରାରେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ପାଂଚଶହରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏହି ପ୍ରସାଦ ସେବନରେ ଅଂଶଗ୍ରହଣ କରିଥିଲେ। ରାତିରେ ସାଳନ୍ଦୀ ହସ୍‌ପିଟାଲ ପରିସରରେ କ୍ଲବ୍ ପକ୍ଷରୁ “ଡକ୍ଟରସ୍ ଡେ” ପାଳିତ ହୋଇଥିଲା। ଦିବସବ୍ୟାପି ଏହି କାର୍ଯ୍ୟକ୍ରମକୁ ରୋ. ପ୍ରଣବ କୁମାର ସାହୁ, ରୋ. ବାଦଲ ମହାପାତ୍ର, ରୋ. ଶାନ୍ତିସ୍ୱରୂପ ମିଶ୍ର, ସନ୍ତୋଷ କୁମାର ନାୟକ, ରୋ. ପ୍ରମୋଦ କୁମାର ଜେନା, ସୀତାକାନ୍ତ ଦାସ, ଅନୀମା ନାୟକ ପ୍ରମୁଖ ଉପସ୍ଥିତି ରହି ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.