କେନ୍ଦ୍ରାପଡା ୨୧/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସଦର ଥାନା କାର୍ଯ୍ୟାଳୟଟି ଆଜକୁ ପ୍ରାୟ ୧୩ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଏହାମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେବି ସେହି ଗୃହର ଆବଶ୍ୟକ ମରାମତି କରାଯାଉନଥିବା ଦେଖିବାକୁ ମିଳିଛି। ଥାନା କାର୍ଯ୍ୟାଳୟ ବାହାରପଟ କାନ୍ଥରୁ ରଙ୍ଗ ଛାଡି ଯାଇ ସିମେଂଟ ଖଣ୍ଡ ସବୁ ଖସିବାକୁ ଲାଗିଲାଣି। କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ -୧ ଅଧିନରେ ଆସୁଥିବା ଏହି ଥାନା ଗୃହଟିର ଅବିଳମ୍ବେ ମରାମତି କରାଯିବାର ଆବଶ୍ୟକତା ରହିଛି। ଏସମ୍ପର୍କରେ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କୁ ପଚରାଯିବାରେ ସେ କୁହନ୍ତି ଯେ ଏସମ୍ପର୍କରେ ଶ୍ରୀ ମଲ୍ଲିକ ସଂପୃକ୍ତ ବିଭାଗକୁ ବାରମ୍ବର ଲିଖିତ ଭାବରେ ଜଣାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ନିଆଯାଇନାହିଁ। ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଏବାବଦରେ ଜଣାଇଦିଆଯାଇଛି ଓ ଆରକ୍ଷୀ ଅଧିକ୍ଷକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂପୃକ୍ତ ବିଭାଗକୁ ପତ୍ର ଲେଖିଛନ୍ତି। କିନ୍ତୁ ଏସବୁ ପରେବି ବିଭାଗ ଚୁପ ହୋଇ ବସିପଡିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ଏହି ଥାନା କାର୍ଯ୍ୟାଳୟ ଗୃହଟି ମରାମତି ଅଭାବରୁ ଯଦି ଭାଙ୍ଗିପଡେ ସେଥିପାଇଁ ଦାୟୀ ରହିବ କିଏ ।






