Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

30

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ଦମକଳକେନ୍ଦ୍ର ସମ୍ମୁଖରେ ଶନିବାର ଅପରାହ୍ନ ୩.୨୦ମି. ସମୟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଓ ଆର ୦୨ ଏୟୁ ୦୦୫୮ନଂ ଆପାଚି ବାଇକ ଯୋଗେ ଦିଲ୍ଲିପ କୁମାର ଦାସ(୨୪) ଓ ପ୍ରତୀକ ବାରିକ(୨୪) ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କହରାପୋଖରୀ ଠାରେ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଓ ଡି ୧୯ ଏଲ ୮୬୯୯ନଂ ଟ୍ୟାଙ୍କର ପଛକୁ ପିଟିଥିଲେ । ବାଇକର ସମ୍ମୁଖ ଟ୍ୟାଙ୍କର ତଳକୁ ଗଳି ଯାଇଥିଲା । ଚରମ୍ପା କେନାଲ ଛକ ଅଂଚଳର ଦିଲ୍ଲିପଙ୍କ ହେଲମେଟ ବାହାରି ଯାଇଥିଲା । ବାଇକ ଚାଳକ ଦିଲ୍ଲିପଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ବାଇକ ପଛରେ ବସିଥିବା ପଛରେ ମଇତାପୁର ଅଂଚଳର ପ୍ରତୀକ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଦମଳକ କେନ୍ଦ୍ର କର୍ମଚାରୀମାନେ ଉଭୟଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଦିଲ୍ଲିପଙ୍କୁ ମୃତ ଘୋଷଣା କରାଯାଇଥିଲା । ପ୍ରତୀକ ଚିକିତ୍ସାଧିନ ଥିବା ଜଣାଯାଇଛି । ପୁଲିସ ଉଭୟ ଯାନ ସହ ଶବ ଜବତ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.