Home ଜିଲ୍ଲା ପରିକ୍ରମା ସଂସ୍କୃତି ମନ୍ତ୍ରୀଙ୍କ ଧାମନଗର ଗସ୍ତ

ସଂସ୍କୃତି ମନ୍ତ୍ରୀଙ୍କ ଧାମନଗର ଗସ୍ତ

72

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିଭିନ୍ନ ଲୋକାଭିମୁଖି ଯୋଜନାର ଶୁଭାରମ୍ଭ କରୁଥିବାବେଳେ ଏବେ ଯେଉଁମାନେ ବିଜୁ ପକ୍କାଘର ପାଇଛନ୍ତି ତା’ର ରକ୍ଷଣାବେକ୍ଷଣ ପାଇଁ ୩ହଜାର ଟଙ୍କା ଲେଖାଏଁ ଦେବାପାଇଁ ସ୍ତିର କରିଥିବାବେଳେ ପ୍ରତ୍ୟେକ ଗାଁର ଏହି ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ଭେଟି ଏହି ସହାୟତା ଟଙ୍କା ପ୍ରଦାନ ପାଇଁ ସଚେତନତା କରିବା ସହ ତାଙ୍କ ଘର ସମ୍ମୁଖରେ ଷ୍ଟିକରିଂ କରାଯିବାପାଇଁ ନିଷ୍ପତ୍ତି ହୋଇଥିବାବେଳେ ଆଜି ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗର ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଧାମନଗର ବ୍ଲକର ଅସୁରାଳି, ଖପରପଦା, ଗଢିଆଳି ଆଦି ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ହିତାଧିକାରୀଙ୍କ ପାଇଁ ୩ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବାର ପ୍ରକାଶ କରିଥିଲେ ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଇ ଯୋଜନାର ଷ୍ଟିକରିଂରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ତହସିଲଦାର କ୍ଷୀରୋଦ ପଣ୍ଡା, ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ହରେକୃଷ୍ଣ ପାଢୀ, ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଷ୍ଟିକରିଂ କରିଥିଲେ । ଏହି ଅବସରରେ ବିଜେଡ଼ିର ବ୍ଲକ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର, ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ପୂର୍ବତନ ବିବିସିସି ସଭାପତି ରଘୁନାଥ ଲେଙ୍କା, ଯୁବସଭାପତି ଭାରତବିଜୟ ଦଳାଇ ସମେତ ବହୁ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ଏକ ବାଇକ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମକୁ ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.