Home ଜିଲ୍ଲା ପରିକ୍ରମା ସଂଖ୍ୟାଲଘୁ ଛାତ୍ରାବାସର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ, ଉପକୃତ ହେବେ ୧ହଜାର କଲେଜ ଛାତ୍ରଛାତ୍ରୀ,...

ସଂଖ୍ୟାଲଘୁ ଛାତ୍ରାବାସର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ, ଉପକୃତ ହେବେ ୧ହଜାର କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ଅଂଚଳର ହେବ ବିକାଶ!

35

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା କ୍ଷେତ୍ରର ହରିପୁର ପଂଚାୟତ ଲାଙ୍ଗୁଡିରେ ସଂଖ୍ୟାଲଘୁ ବିଭାଗର ସଂଖ୍ୟାଲଘୁ ବିଭାଗର ଛାତ୍ରାବାସ ନିର୍ମାଣ ଲାଗି ଶିଳାନ୍ୟାସ ହୋଇଛି । ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଦୁଇଟି ଛାତ୍ର/ଛାତ୍ରୀ ନିବାସ ଲାଗି ଶିଳାନ୍ୟାସ କରିଥିଲେ । ଆଦିବାସୀ,ହରିଜନ ଓ ସଂଖ୍ୟାଲଘୁ ବିଭାଗ ପକ୍ଷରୁ ନିର୍ମାଣ ହେବ ଏହି ଦୁଇଟି ଛାତ୍ରାବାସ । ଏଥିପାଇଁ ୮କୋଟି ଲେଖାଏଁ ୧୬ କୋଟି ଟଙ୍କା ବ୍ୟୟ ହେବ । ଆଦିବାସୀ,ହରିଜନ ଓ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ଲାଗି ଏଠାରେ ବିଶେଷ ସୁବିଧା ଉପଲବ୍ଧ ହେବ ବୋଲି ବିଧାୟକ ସଂଜୀବ ମଲ୍ଲିକ ଭାଷଣରେ କହିଥିଲେ । ରାଜ୍ୟ ସରକାର ବିଶେଷତଃ ମୁଖ୍ୟମନ୍ତ୍ରୀ ସବୁବର୍ଗର ଲୋକଙ୍କ ହିତରେ ଯୋଜନା କରୁଥିବା କଥା ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ । ଏହି ଛାତ୍ରାବାସ ନିର୍ମାଣ ହେଲେ ସ୍ଥାନୀୟ ଅଂଚଳରେ ଏକ ଶୈକ୍ଷିକ ପରିବେଶ ସୃଷ୍ଟିହେବ । ଅତ୍ୟାଧୁନିକ ଲାଇବ୍ରେରୀ, ୱାଇ-ଫାଇ ବ୍ୟବସ୍ଥା ଉପଲବ୍ଧ ହେବା ସହ ଅଂଚଳ ଲାଗି ଏହା ବିକାଶର ଅନ୍ୟତମ ମାର୍ଗ ମଧ୍ୟ ହେବ ବୋଲି କହିଥଲେ ବିଧାୟକ ସଂଜୀବ ମଲ୍ଲିକ । ସାଂସଦ ମଂଜୁଲତା ମଣ୍ଡଳ ମଧ୍ୟ ଭାଷଣରେ ଭଦ୍ରକର ବିକାଶ ଲାଗି ଆମେ ସର୍ବଦା ଉଦ୍ୟମ କରୁଛୁ ଓ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି କହିଥିଲେ । ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ସମ୍ପର୍କରେ ମତ ରଖି ସାଂସଦ କହିଥିଲେ ଯେ: ନିର୍ମାଣଶଧୀନ ୩୦୦ ଶଯ୍ୟା ବିଶିଷ୍ଟ ନୂତନ ମେଡିକାଲ ବିଲ୍ଡିଂ କାର୍ଯ୍ୟ ସରିବା ପରେ ମେଡିକାଲ କଲେଜ ପାଇଁ ବାଟ ଫିଟିବ । ଏହି ପ୍ରସଙ୍ଗରେ ପୂର୍ବରୁ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଥିବା ଓ ହର୍ଷବର୍ଦ୍ଧନ ମଧ୍ୟ ୩୦୦ ଶଯ୍ୟାର ମେଡିକାଲ ପ୍ରଥମେ ନିର୍ମାଣ ଲାଗି ପ୍ରସ୍ତାବ ଦେଇଥିବା କଥା ସାଂସଦ ସଭାରେ କହିଥିଲେ । ପୂର୍ବତନ ବ୍ଳକ ଅଧ୍ୟକ୍ଷ ମଳୟ ଜେନା ଭାଷଣରେ ଏହି ପ୍ରକଳ୍ପ ଦ୍ୱୟ ପାଇଁ ବିଧାୟକ ଓ ସାଂସଦଙ୍କ ଉଦ୍ୟମକୁ ପ୍ରଶାଂସା କରିଥିଲେ । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଅଂଚଳର ଅର୍ଥନୈତିକ ବିକାଶ ବି ହେବ ବୋଲି କହିଥିଲେ ଶ୍ରୀ ଜେନା । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପର ଠିକାସଂସ୍ଥା ନେସନାଲ ପ୍ରୋଜେକ୍ଟ କନଷ୍ଟ୍ରକସନ କମ୍ପାନୀର ଡିଜିଏମ ଶ୍ରୀ ଦାସ, ହରିପୁର ସରପଂଚ ଅନୁପମା ଜେନା, ଓଲଙ୍ଗ ସରପଂଚ ଦେବୀଦୀପ୍ତା ମହାନ୍ତି, ପୂର୍ବତନ ପୌର ଉପାଧ୍ୟକ୍ଷା ତାହେର ଖାତୁନ, ଆଇନଜୀବୀ ତାହେର ଅହମ୍ମଦ, ସରପଂଚ ମୁକୁନ୍ଦଦେବ ସାମଲ, ପୂର୍ବତନ ସମବାୟ ସମିତି ସଭାପତି ଉମାଶଙ୍କର ନାୟକ, ଚିତରଂଜନ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.