Home ଜିଲ୍ଲା ପରିକ୍ରମା ସଂକଟରେ ଅଭିଭାବକ ; ପାଠ ନପଢାଇ ଫି ଦାବି

ସଂକଟରେ ଅଭିଭାବକ ; ପାଠ ନପଢାଇ ଫି ଦାବି

183

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ହୋଇପଡିଥିବାବେଳେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ସ୍କୁଲ ନଖୋଲି ପିଲାଙ୍କୁ ପାଠ ନପଢାଇ ଅଭିଭାବକଙ୍କ ଠାରୁ ଫି ଦାବି କରୁଥିବା ଅଭିଯୋଗ ହେଉଛି । ଏଥିନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କେନ୍ଦ୍ର ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସ ୨୨ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଲକଡାଉନ୍‌, ସଟ୍‌ଡାଉନ୍ ଏବଂ କର୍ଫ୍ୟୁ ଭଳି କଟକଣା ଜାରି କରିଚାଲିବା ଫଳରେ ସମଗ୍ର ଦେଶ ଏକ ପ୍ରକାର ଅଚଳ ହୋଇପଡିଛି । କଟକଣା ଯୋଗୁଁ ବହୁ ଲୋକ ସେମାନଙ୍କ ଜୀବିକା ହରାଇ ବସିଥିବାବେଳେ ରୋଜଗାର ମଧ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ସ୍କୁଲ-କଲେଜ ବନ୍ଦ ହୋଇଯାଇଥିବା ସାଧାରଣ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଆବାସିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏବେ ଘରେ ବସି ରହିଛନ୍ତି । ଅନ୍ୟପକ୍ଷରେ କେତେକ ଶିକ୍ଷାନୁଷ୍ଠାନ ଗତ ଅପ୍ରେଲ ୧୫ ଠାରୁ ଅନଲାଇନ୍ ପାଠପଢା ଆରମ୍ଭ କରିଥିବା ଦାବି କରିଛନ୍ତି । ହେଲେ ଏହି ବ୍ୟବସ୍ଥା ରାଜ୍ୟର ୫୦ ରୁ ୬୦ ପ୍ରତିଶତ ଶିକ୍ଷାନୁଷ୍ଠାନରେ ସମ୍ଭବର ହୋଇଥିବାବେଳେ ବହୁ ଶିକ୍ଷାନୁଷ୍ଠାନ ଅଦ୍ୟାବଧି ଏହି ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରିନାହାଁନ୍ତି । ଏପରି ସ୍ଥଳେ ଘରୋଇ ଶିକ୍ଷାନୁଷ୍ଠାନ ମାଲିକ ମାନେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ସମୟର ଦେୟ ପୈଠ କରିବାକୁ ଅବିଭାବକ ମାନଙ୍କୁ ମେସେଜ୍ କରୁଛନ୍ତି । ଗୋଟିଏ ପଟରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବା ଫଳରେ ଆବାସିକ ବିଦ୍ୟାଳୟ, ମହାବିଦ୍ୟାଳୟରେ ଅନ୍ତେବାସୀମାନଙ୍କୁ ଦିଆଯାଉଥିବା ଖାଦ୍ୟପେୟ ପରିବହନ ସେବା, ବିଦ୍ୟୁତ୍ ଦେୟ, ସଫେଇ ଖର୍ଚ୍ଚ ନହୋଇ ମଧ୍ୟ ବହୁ ଶିକ୍ଷାନୁଷ୍ଠାନ ଏହି ବାବଦ ଦେୟ ତୁରନ୍ତ ପୈଠ କରିବାକୁ ଅଭିଭାବକଙ୍କ ଉପରେ ଚାପ ପକାଇଛନ୍ତି । ଯାହାକି ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଜନସ୍ୱାର୍ଥ ବିରୋଧୀ ବୋଲି ଅଭିଭାବକ ଜଗନ୍ନାଥ ରାଉତ, ଅନନ୍ତ ଜେନା, ଦୁର୍ଯ୍ୟୋଧନ ଜେନା, ସରୋଜ ଲେଙ୍କା, ପ୍ରଭାତ ନାୟକ, ଦେବେନ୍ଦ୍ର ବିଶ୍ୱାଳ ଏବଂ ସୁବୀର ଘୋଷ ପ୍ରମୁଖ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର କରୋନା ସଂକଟକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ତରରେ ଲୋକଙ୍କ ପାଇଁ ରିହାତି ଘୋଷଣା କରୁଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରତି ଏଥିନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ନକରିବା ଦୁର୍ଭାଗ୍ୟ ଜନକ ବୋଲି ଗରିବ ଏବଂ ମଧ୍ୟମ ବର୍ଗର ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ôଧ କରି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ଏହି ସଂକଟମୟ ସ୍ଥିତିରେ ପିଲାମାନଙ୍କ ସଂପୂର୍ଣ୍ଣ ଦେୟ ଛାଡ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.