Home ଜିଲ୍ଲା ପରିକ୍ରମା ଷ୍ଟାଫ୍ ସିଲେକ୍ସନ କାର୍ଯ୍ୟାଳୟର ମହାଦୁର୍ନୀତି ପ୍ରତିବାଦରେ ଦସ୍ତଖତ ଅଭିଯାନ

ଷ୍ଟାଫ୍ ସିଲେକ୍ସନ କାର୍ଯ୍ୟାଳୟର ମହାଦୁର୍ନୀତି ପ୍ରତିବାଦରେ ଦସ୍ତଖତ ଅଭିଯାନ

34

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ହୋଇଥିବା ମହାଦୁର୍ନୀତିକୁ ବିରୋଧ କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଭଦ୍ରକ କଲେଜ ନିକଟରେ ଦସ୍ତଖତ ଅଭିଯାନ କରାଯାଇଥିଲା । ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ରଂଜନ ବାରିକଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ, ସାଧାରଣ ଲୋକେ ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ । ଛାତ୍ର କଂଗ୍ରେସର ସତ୍ୟବ୍ରତ ବାରିକ, ସନ୍ତୋଷ ଖୁଣ୍ଟିଆ, ହିମାଂଶୁ ଶେଖର ଜେନା, ମହମ୍ମଦ ସାକିର୍‌, ନାରାୟଣ ଜେନା, ଅମ୍ଳାନ ଜ୍ୟୋତି ମହାନ୍ତି, ସାହାବାଜ୍ ଖାଁ ପ୍ରମୁଖ ନେତୃତ୍ୱ ନେଇଥିଲେ । ସେହିପରି ବନ୍ତ କଲେଜ ନିକଟରେ ଛାତ୍ର କଂଗ୍ରେସର ରାଜ୍ୟ ସମ୍ପାଦକ ସାତ୍ ସିଦ୍ଦିକଙ୍କ ନେତୃତ୍ୱରେ ଏବଂ ଭଣ୍ଡାରିପୋଖରୀ କଲେଜ ନିକଟରେ ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ ସନାପତିଙ୍କ ନେତୃତ୍ୱରେ ବହୁ ଛାତ୍ର କଂଗ୍ରେସ ନେତା, ସମର୍ଥକ ଯୋଗ ଦେଇ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.