କେନ୍ଦ୍ରାପଡ଼ା ୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାରେ ଏକ ବେଦ କର୍ମକାଣ୍ଡ ବିଦ୍ୟାଳୟ ଖୋଲାଯିବା ପାଇଁ ଇଛାପୁରସ୍ଥିତ ଦୋଳମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନନ୍ତ ଚରଣ ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆବାହକ ଜ୍ଞାନରଞ୍ଜନ ଦାଶ କେନ୍ଦ୍ରାପଡାରେ ବେଦ କର୍ମକାଣ୍ଡ ସମ୍ପର୍କରେ ଶିକ୍ଷାଦାନ ନିମନ୍ତେ ଏକ ବିଦ୍ୟାଳୟ ଖୋଲାଯିବା ଓ ସେହି ବିଦ୍ୟାଳୟର ନାମ ଶ୍ରୀ ଶ୍ରୀ ବଳଦେବଜୀଉ ବେଦ କର୍ମକାଣ୍ଡ ବିଦ୍ୟାଳୟ ରଖାଯିବାକୁ ପ୍ରସ୍ତାବ ଦେଇଥିଲେ। ବୈଠକରେ ଏସମ୍ପର୍କରେ ସବିଶେଷ ଆଲୋଚନା କରାଯିବା ପରେ ଏହି ବିଦ୍ୟାଳୟ ଖୋଳାଯିବାକୁ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ମନ୍ମଥ କୁମାର ପତ୍ରୀ, ଅମରବର ବିଶ୍ୱାଳ, ରଞ୍ଜନ କୁମାର ସାହୁ, ନିରଞ୍ଜନ ପଣ୍ଡା, ରାଜକିଶୋର ପତ୍ରୀ, ନିରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ବୈଠକ ଆସନ୍ତା ୧୨ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ଶେଷରେ ରଣଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।