Home ଜିଲ୍ଲା ପରିକ୍ରମା ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ପ୍ରତିଷ୍ଠା ସ୍ମାରକୀ ସମାରୋହ ପାଇଁ ଜରୁରୀ ବୈଠକ

ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ପ୍ରତିଷ୍ଠା ସ୍ମାରକୀ ସମାରୋହ ପାଇଁ ଜରୁରୀ ବୈଠକ

21

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଗତ ୨୩ବର୍ଷ ଧରି ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ପ୍ରତିଷ୍ଠା ସ୍ମାରକୀ ଓ ନେତ ଉଡ଼ାଣ ସମାରୋହ ବିଭିନ୍ନ ଜିଲ୍ଲା ଓ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇ ଆସୁଅଛି । ଏହି ପରମ୍ପରା ଅନୁସାରେ ଚଳିତବର୍ଷ ଜାନୁଆରୀ ପହିଲାରେ ଏହି ସ୍ମାରକୀ ସମାରୋହର ପ୍ରସ୍ତୁତି ନିମନ୍ତେ ଏକ ବୈଠକ ଭଦ୍ରକସ୍ଥ ଶ୍ରୀ ବାଲ ଗୋପାଳ ମନ୍ଦିର ପରିସରରେ ଅପରାହ୍ନ ୩ ଘଟିକା ସମୟରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀରଥି ନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବ ସମ୍ମତିକ୍ରମେ ଭଦ୍ରକ ବ୍ଲକସ୍ଥ ବରହମପୁର ଗ୍ରାମପଞ୍ଚାୟତର କୁଣ୍ଡିବାଗ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂର୍ବ ପ୍ରଥା ଅନୁଯାୟୀ ପାଳନ କରାଯିବାକୁ ସ୍ଥିର କରାଗଲା । ଡିସେମ୍ବର ୩୧ ତାରିଖରେ ‘ସେବକ ମିଳନ ମଞ୍ଚ’ ଓ ଜାନୁଆରୀ ପହିଲାରେ ଦ୍ୱାରପାଳପୂଜା, ସୂର୍ଯ୍ୟପୂଜା ଶ୍ରୀ ଜଗନ୍ନାଥଙ୍କ ଷୋଡ଼ଷ ଉପଚାର ପୂଜା ସହ ବିଶ୍ୱଶାନ୍ତି ମହାଯଜ୍ଞ ସମେତ ନେତ ଉଡ଼ାଣ ଉତ୍ସବ ଅନୁଷ୍ଠିତ ହେବ ଓ ମଧ୍ୟାହ୍ନ ୧୨ ଘଟିକାରେ ସାଧାରଣ ସଭା, ଦିବ୍ୟଚେତନା ଅଭିଯାନ, ଭକ୍ତି ଚେତନା ଯଜ୍ଞ ଅପରାହ୍ନରେ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ଏହି ବୈଠକରେ ସର୍ବଶ୍ରୀ ସହ ଆବାହକ ବାବୁଲାଲ ଦାସ, ସନେଇ ଶିଅଳ, ବରିଷ୍ଠ ଓ ବୟସ୍କ ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି, ବଳରାମ ମହାନ୍ତି, ପ୍ରଶାନ୍ତ କୁମାର ଦେ, ସୁଦର୍ଶନ ପଣ୍ଡା,କାହ୍ନୁଚରଣ ଦାସ, ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ଦାଶ, କାଶୀନାଥ ପଣ୍ଡା,ସମିତିର ଲକ୍ଷ୍ମୀଧର ଖଟୁଆ ପ୍ରମୁଖ ସଦସ୍ୟଗଣ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ପ୍ରାରମ୍ଭରେ ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ ପୂର୍ବକ ପ୍ରଚାର ସମିତି ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଥିବା କାଳୀପୂଜା ଅବସରରେ ମହାସଂସ୍କୃତି ଜାଗରଣ ଯାତ୍ରାର ଆୟବ୍ୟୟ ପାଠ କରିଥିଲେ । ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.