Home ଜିଲ୍ଲା ପରିକ୍ରମା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ଭଦ୍ରକର ଗାଁ, ସହର, ଗଳିକନ୍ଦିରେ ଅର୍ପଣ ରଥ ପରିକ୍ରମାର...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ଭଦ୍ରକର ଗାଁ, ସହର, ଗଳିକନ୍ଦିରେ ଅର୍ପଣ ରଥ ପରିକ୍ରମାର ମାହୋଲ, ସାତ ବ୍ଲକରେ ଏବେ ସୁଦ୍ଧା ୭୫ ଗ୍ରା.ପ.ରେ ବୁଲୁଛି ୭୬ ରଥ

44

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପବିତ୍ର ଶ୍ରୀକ୍ଷେତ୍ର ଧାମ ପାଇଁ ଅବିସ୍ମରଣୀୟ ଦିନ ହେବାକୁ ଯାଉଥିବା ଆଗାମୀ ଜାନୁୟାରୀ ୧୭ ତାରିଖ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଉପଲକ୍ଷେ ରାଜ୍ୟ ତମାମ୍ ଆରମ୍ଭ ହୋଇଥିବା ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନରେ ଭଦ୍ରକ ଜିଲ୍ଲାର ଗାଁ, ସହର, ଗଳିକନ୍ଦି ଚଳ ଚଞ୍ଚଳ ହୋଇ ଉଠିଛିି । ଜିଲ୍ଲାର ୭ ବ୍ଲକ, ୨ ମ୍ୟୁନିସିପାଲିଟି ଓ ୨ଟି ଏନ୍‌.ଏ.ସି.ରେ ବୁଲୁଛି ଅର୍ପଣ ରଥ । ସଂକୀର୍ତ୍ତନ ମୟ ଘଣ୍ଟଘଣ୍ଟା କରତାଳ, ସାଙ୍ଗକୁ ଶଙ୍ଖ, ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ହେଉଛି ମୁଖରିତ । ପ୍ରତି ପଞ୍ଚାୟତ ପ୍ରତି ୱାର୍ଡ଼ ର ଗାଁ, ଗାଁ, ସାହି, ସାହିରେ ଦେଖାଯାଉଛି ଭାବମୟ, ଭକ୍ତିମୟ ପରିବେଶ । ଭଳିକି ଭଳି ଝୋଟି ଚିତାରେ ଝଲସୁଛି ଗାଁ ଦାଣ୍ଡ । ପ୍ରକମ୍ପିତ ହେଉଛି ଜୟ ଜଗନ୍ନାଥ ଧ୍ୱନି । ଅତୀବ ଉତ୍ସାବ, ଉଦ୍ଦୀପନା, ଆଗ୍ରହର ସହିତ ମୁଣ୍ଡରେ ମାରି ପ୍ରତିଟି ଘରୁ ଅର୍ପଣ କରୁଛନ୍ତି ଅକ୍ଷତ ଗୁଆ ଓ ଅରୁଆ ଚାଉଳ । ଭଦ୍ରକ ଜିଲ୍ଲାର ସମୁଦାୟ ୭ ବ୍ଲକ୍‌ର ୨୧୮ ପଞ୍ଚାୟତର ସମସ୍ତ ଗ୍ରାମ ଓ ୪ଟି ପୌରାଞ୍ଚଳର ସମୁଦାୟ ୭୯ଟି ୱାର୍ଡ଼ରୁ ଅର୍ପଣ ରଥ ପରିକ୍ରମା ଜରିଆରେ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରାଯାଉଛି । ୪ଟି ପୌରାଞ୍ଚଳରେ ୧୧ଟି ରଥ ପରିକ୍ରମା କରୁଥିଲା ବେଳେ ୭ଟି ବ୍ଲକ୍‌ରେ ବର୍ତ୍ତମାନ ସୁଦ୍ଧା ୭୫ଟି ଗ୍ରାମ ପଞ୍ଚାୟତରେ ବୁଲୁଛି ୭୬ଟି ରଥ ।

ପ୍ରତ୍ୟେକ ବ୍ଲକ୍ ଓ ପୌରାଞ୍ଚଳରେ ରଥ ଉଦ୍‌ଘାଟନ ସମୟରେ ପ୍ରାୟ ଅଧିକାଂଶ କ୍ଷେତ୍ରରେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ, ସଂପୃକ୍ତ ବ୍ଲକ୍ ଓ ପୌରାଞ୍ଚଳର ଅଧ୍ୟକ୍ଷ, ବି.ଡ଼ି.ଓ., ନିର୍ବାହୀ ଅଧିକାରୀ, ଜିଲ୍ଳାପରିଷଦ ସଭ୍ୟ, ସରପଞ୍ଚ ପ୍ରଭୃତିଙ୍କ ସହ ଅଞ୍ଚଳବାସୀ ସଂକୀର୍ତ୍ତନ ଦଳ ଆଦି ଉପସ୍ଥିତ ରହୁଛନ୍ତି । ଭଦ୍ରକ ପୌରପାଳିକା ତରଫରୁ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଭଦ୍ରକ ବିଧାୟକ ସଂଜୀବ୍ ମଲ୍ଲିକ, ତହସିଲଦାର ସଂଗ୍ରାମ କେଶରୀ ପ୍ରିୟଦର୍ଶୀ ଖୁଣ୍ଟିଆ, ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ପ୍ରମୁଖ ଉପସ୍ଥିତ ରହି ୪ଟି ରଥକୁ ଉଦ୍‌ଘାଟନ କରିଥିଲେ । ଭଣ୍ଡାରିପୋଖରୀ ବ୍ଲକ୍ ପାଇଁ ବିଧାୟକ ପ୍ରଫୁଲ୍ଲ ସାମଲ, ବି.ଡ଼ି.ଓ. ଦେବୀଦତ୍ତ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ତିହିଡ଼ି ବ୍ଲକ୍‌ରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବି.ଡ଼ି.ଓ. ଜ୍ୟୋର୍ତିମୟ କର, ବ୍ଲକ୍ ଅଧ୍ୟାକ୍ଷା ଅବନ୍ତୀ ଦାସ, ଜିଲ୍ଲାପରିଷଦ ବିଦ୍ୟୁତ ଲତା ନାୟକ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ବାସୁଦେବପୁର ବ୍ଲକ୍‌ରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବି.ଡ଼ି.ଓ. ସଂଜୀବ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ପ୍ରମୁଖ ରଥ ଉଦ୍‌ଘାଟନ କରିଥିଲେ । ଚାନ୍ଦବାଲି ବ୍ଲକ୍‌ରେ ବିଧାୟକ ଡ଼. ବ୍ୟୋମକେଶ ରାୟ, ବି.ଡ଼ି.ଓ. ଅସିତ ମହାନ୍ତି ଓ ଅନ୍ୟ ଜନପ୍ରତିନିଧିମାନେ ଉଦ୍‌ଘାଟନୀ ପର୍ବରେ ସାମିଲ ଥିଲେ । ଭଦ୍ରକ ବ୍ଲକ୍‌ରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ, ଏ.ବି.ଡ଼ି.ଓ. ଗୁଲ ଫିର୍ଦ୍ଦୋସ ପ୍ରମୁଖ ଉପସ୍ଥିତ ଥିଲେ । ଧାମନଗର ବ୍ଲକ୍‌ରେ ବିଭିନ୍ନ ସ୍ଥାନରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବ ବ୍ଲକ୍ ଅଧ୍ୟକ୍ଷା ଶିମିଷ୍ଠା ବେହେରା, ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ବି.ଡ଼ି.ଓ. ବନବିହାରୀ ଦିଣ୍ଡା ପ୍ରମୁଖ ଅନ୍ୟ ଜନପ୍ରତିନିଧି ଓ ସ୍ଥାନୀୟବାସୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟକି ଜିଲ୍ଲାର ତିହିଡ଼ି ବ୍ଲକରେ ସର୍ବାଧିକ ୧୮ଟି ରଥ ବୁଲୁଥିବା ବେଳେ ଧାମନଗରରେ ୩୧ଟି, ବାସୁଦେବପୁରରେ ୧୦ଟି, ଭଣ୍ଡାରିପୋଖରୀରେ ୧୦ଟି, ଚାନ୍ଦବାଲିରେ ୧୧ଟି, ବନ୍ତରେ ୬ଟି, ଭଦ୍ରକରେ ୫ଟି ରଥ ପରିକ୍ରମା କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.