Home ଜିଲ୍ଲା ପରିକ୍ରମା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣପତ୍ର, ଗ୍ରହଣ ଉପଲକ୍ଷେ ସ୍ୱାଗତତ୍ସୋବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣପତ୍ର, ଗ୍ରହଣ ଉପଲକ୍ଷେ ସ୍ୱାଗତତ୍ସୋବ

10

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଜାନୁୟାରୀ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ଉପଲକ୍ଷେ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରେରଣ କରାଯାଇଥିବା ନିମନ୍ତ୍ରଣ ପତ୍ର ଗ୍ରହଣ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭବ୍ୟ ସ୍ୱାଗତତ୍ସୋବ ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରଣ ପତ୍ର ନେଇଆସିଥିôବା ପୁରୀ ବଡ଼ ଦେଉଳର ସେବାୟତ ଶିବାନୀ ପ୍ରସାଦ ଦାସ ମହାପାତ୍ର, ରାମାନନ୍ଦ ଦାସ ମହାପାତ୍ର, ଜିତେନ୍ଦ୍ର ଦାସ ମହାପାତ୍ର ଏବଂ ପ୍ରଶାସନିକ ଅଧିକାରୀ ଡ଼େପୁଟୀ କଲେକ୍ଟର ବିବେକାନନ୍ଦ ସାହୁ ପ୍ରମୁଖଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ନିକଟରେ ଫୁଲ ଚନ୍ଦନ ଦେଇ ଶଙ୍ଖହୁଳୁହୁଳି ସହ ଘଣ୍ଟବାଦ୍ୟ, ସଂକୀର୍ତ୍ତନ ଶୋଭାଯାତ୍ରରେ ଜିଲ୍ଲା ସଂସ୍କୃତି ଭବନକୁ ପାଛୋଟି ଅଣାଯାଇଥିଲା । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ନିମନ୍ତ୍ରଣ ପତ୍ର ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଓଡ଼ିଶୀ ନୃତ୍ୟ ପରିବେଷଣରୁ ଏହି ଭବ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ପୁରୀରୁ ଆସିଥିବା ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା ।

ପ୍ରତି ଓଡ଼ିଆଙ୍କ ପ୍ରାଣର ଦେବତା ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି କେବଳ ଓଡ଼ିଶା ପାଇଁ ନୁହେଁ ସାରା ବିଶ୍ୱ ପାଇଁ ଅନନ୍ୟ । ଜଗନ୍ନାଥ ଧାମ ଓଡ଼ିଶାର ପରିଚୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏହି ଧାମର ଅନ୍ୟ ଏକ ଆକର୍ଷଣ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଭଦ୍ରକ ଜିଲ୍ଲାର ଦୁଇ ପ୍ରମୁଖ ମନ୍ଦିର ଆଖଣ୍ଡଳମଣି ଓ ଭଦ୍ରକାଳୀ ମନ୍ଦିରକୁ ସେବାୟତ ମାନେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଦୁଇ ମନ୍ଦିର ତରଫରୁ ମଧ୍ୟ ପୁରୀ ସେବାୟତମାନଙ୍କୁ ଉପହାର ପ୍ରଦାନ କରିଥିଲେ । ଆଖଣ୍ଡଳମଣି ମନ୍ଦିର ତରଫରୁ ମନ୍ଦିରର ସେବାୟତ ଗଦାଧର ପାଢ଼ୀ, ବାବାଜୀ ଶଙ୍କର ପାଢ଼ୀ, ବିଜୟ ଦାଶ, ମନ୍ମଥ ପାଢ଼ୀ, କେଦାରନାଥ ପାଢ଼ୀ, ଗିରିଶ୍ ଚନ୍ଦ୍ର ପାଢ଼ୀ, ସୁରେନ୍ଦ୍ର ପାଢ଼ୀ, ଅରବିନ୍ଦ ପାଢ଼ୀ, ମନ୍ଦିର ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇ ପ୍ରମୁଖ ଏହି ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ । ସେହିପରି ଭଦ୍ରକାଳୀ ମନ୍ଦିର ତରଫରୁ ଅନୁଗ୍ରହ ନାରାୟଣ ଦୀକ୍ଷିତ, କୁଳମଣି ଦୀକ୍ଷିତ, ପ୍ରଶାନ୍ତ କୁମାର ଦୀକ୍ଷିତ, ମନ୍ଦରଧର ଦୀକ୍ଷିତ, ଭାଗୀରଥୀ ଦୀକ୍ଷିତ, ନିତ୍ୟାନନ୍ଦ ଦୀକ୍ଷିତ, ରଘୁନାଥ ସେନାପତି, ଦିଲ୍ଲୀପ କୁମାର ଦୀକ୍ଷିତ ପ୍ରମୁଖ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ । ସୂଚନାଯୋଗ୍ୟକି ଦୁଇ ମନ୍ଦିରରୁ ୨ ଜଣ ଲେଖାଏଁ ୧୭ରେ ଲୋକାର୍ପଣ ଉତ୍ସବରେ ଯୋଗଦେବେ । ପରେ ପରେ ଅନ୍ୟ ମନ୍ଦିରରୁ ଉକ୍ତ ଉତ୍ସବରେ ଯୋଗ ଦେଇ ଦର୍ଶନ କରିପାରିବେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.