Home ଜିଲ୍ଲା ପରିକ୍ରମା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ତରଫରୁ ନାଟକ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ତରଫରୁ ନାଟକ ‘ମାଉସୀ ମା’

30

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାନୁୟାରୀ ୧୭ ତାରିଖରେ ଶ୍ରୀକ୍ଷେତ୍ର ଧାମରେ ଅନନ୍ୟ ଐତିହାସିକ କାର୍ଯ୍ୟକ୍ରମ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ପାଳନ ଅବସରରେ ଭଦ୍ରକ ଜିଲ୍ଲାର ପୁର ପଲ୍ଲୀରେ ଆଧ୍ୟାତ୍ମିକ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭଦ୍ରକ ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଆକାଡ଼େମୀ ତରଫରୁ ଭଦ୍ରକ ଟାଉନ୍ ହଲରେ ଏକ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଖ୍ୟାତନାମା ନାଟ୍ୟାନୁଷ୍ଠାନ କନକ୍ ବିଦ୍ୟା ସୃଜନାନୁଷ୍ଠାନ ଦ୍ୱାରା ଜଗନ୍ନାଥ ସଂସ୍କୃତି ଆଧାରିତ ନାଟକ ‘ମାଉସୀ ମା’ ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ସଂଯୋଜକ ଶୁଭକାନ୍ତ ପାଢ଼ୀଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଇଞ୍ଜିନିୟର ନାଟ୍ୟାଭିନେତା ରୋଟାରିଆନ ଅମ୍ବିକା ବଲ୍ଲଭ ସ୍ୱାଇଁ, ସାମ୍ବାଦିକ, ଓକିଲ, ରୋଟାରିଆନ ଅତିସ୍ ବେହେରା ପ୍ରମୁଖ ଯୋଗଦେଇ ଜଗନ୍ନାଥ ସଂସ୍କୃତିରେ ମାଉସୀମା ଅଧ୍ୟାୟକୁ ନାଟ୍ୟାଭିନୟରେ ଦେଖିବା ପାଇଁ ନାଟ୍ୟପ୍ରେମୀ ମାନଙ୍କ ଉତ୍ସାହ ଉପରେ ଆଲୋକପାତ କରିଥିଲେ । ଭଦ୍ରକର ସାଂସ୍କୃତିକ ନାଟ୍ୟାନୁଷ୍ଠାନ ନଟରାଜର କର୍ମକର୍ତ୍ତା, ସଦସ୍ୟ ଓ ନାଟ୍ୟାଭିନେତାମାନେ ଏହି ନାଟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ୧୨ ଜଣ କଳାକାରଙ୍କୁ ନେଇ ଉଚ୍ଚ କୋଟୀର ନାଟକ ପରିବେଷଣକୁ ପ୍ରଶଂସା କରିଥିଲେ । ନାଟ୍ୟକାର କବିତିଳକ ଆର୍ତ୍ତତ୍ରାଣ ଶତପଥୀଙ୍କ ଦ୍ୱାରା ରଚିତ ଏହି ନାଟକକୁ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ । ସମାଜସେବୀ ଶିଶିର ମିଶ୍ର ପୁଷ୍ପଗୁଚ୍ଛ ପ୍ରଦାନ କରି ସମସ୍ତ କଳାକାର ମାନଙ୍କଦ୍ୱାରା ପରିବେଷିତ କଳାର ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.