Home ଜିଲ୍ଲା ପରିକ୍ରମା ଶ୍ରୀମନ୍ଦିରର ଚାରି ଦ୍ୱାର ଓ ରତ୍ନଭଣ୍ଡାରର ଅଳଙ୍କାର ଗଣତି ଦାବିରେ କଂଗ୍ରେସ କରିବ ‘ସଂକୀର୍ତ୍ତନ ସତ୍ୟାଗ୍ରହ’

ଶ୍ରୀମନ୍ଦିରର ଚାରି ଦ୍ୱାର ଓ ରତ୍ନଭଣ୍ଡାରର ଅଳଙ୍କାର ଗଣତି ଦାବିରେ କଂଗ୍ରେସ କରିବ ‘ସଂକୀର୍ତ୍ତନ ସତ୍ୟାଗ୍ରହ’

21

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲା କରିବା ଓ ରତ୍ନ ଭଣ୍ଡାର ଖୋଳି ସମସ୍ତ ଅଳଙ୍କାର ଗଣତି କରିବା, ବେଦାନ୍ତ କମ୍ପାନୀ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥ ଜମି ଏବଂ ସାଧାରଣ ଲୋକଙ୍କ ଚାଷ ଜମିକୁ ଫେରସ୍ତ କରାଯିବା ଦାବି ନେଇ ଆସନ୍ତା ୯ ତାରିଖରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ‘ସଂକୀର୍ତ୍ତନ ସତ୍ୟାଗ୍ରହ’ କରାଯିବ ବୋଲି ଜିଲ୍ଳା କଂଗ୍ରେସ ମୁଖ୍ୟମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ସତ୍ୟାଗ୍ରହ ଉକ୍ତଦିନ ସକାଳ ୯ଟାରୁ ଦିବା ୧୨ଟା ପର୍ଯ୍ୟନ୍ତ ଭଦ୍ରକ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖ୍ୟରେ ଅନୁଷ୍ଠିତ ହେବ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ହେବାକୁ ଯାଉଥିବା ଏହି ସତ୍ୟାଗ୍ରହରେ ଜିଲ୍ଲା କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସର ସମସ୍ତ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ସେଲ୍‌ର କର୍ମକର୍ତ୍ତା ଯୋଗ ଦେବେ ବୋଲି ଶ୍ରୀ ରାୟମହାପାତ୍ର କହିଛନ୍ତି । ଏହି ସଂକୀର୍ତ୍ତନ ସତ୍ୟାଗ୍ରହରେ ସାଧାରଣ ଲୋକ କିପରି ଅଧିକରୁ ଅଧିକ ସାମିଲ ହୋଇ ପାରିବେ, ସେଥିଲାଗି ପଦକ୍ଷେପ ନେବାକୁ ସେ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଛନ୍ତି ।

ବିଜେଡ଼ି ସରକାର ସମୟରେ ଶ୍ରୀମନ୍ଦିର ପ୍ରଶାସକ, ଗଜପତି ମହାରାଜ ଏବଂ ବିଭିନ୍ନ ସେବାୟତ ନିୟୋଗଙ୍କ ମଧ୍ୟରେ ସମନ୍ୱୟ ନଥିବାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁମାନେ ଘଣ୍ଟାଘଣ୍ଟା ଧରି ଖରାବଷ;ାରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ପ୍ରଭୁଙ୍କ ଦର୍ଶନ ନିମନ୍ତେ ଯାବତୀୟ କଷ୍ଟ ସ୍ୱୀକାର କରୁଛନ୍ତି । ସରକାର ଏହି ଧାଡ଼ି ଦର୍ଶନ ବନ୍ଦ କରି ପୂର୍ବ ଭଳି ମନ୍ଦିରର ସମସ୍ତ ଦ୍ୱାରା ଭକ୍ତଙ୍କ ପାଇଁ ଖୋଲା କରିବାକୁ ଏହି ସଂକୀର୍ତ୍ତନ ସତ୍ୟାଗ୍ରହ ମାଧ୍ୟମରେ ଦାବି କରାଯିବ । ଏଥି ସହିତ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ସମସ୍ତ ଦ୍ୱାରା ଖୋଲିବା ସହିତ ସମସ୍ତ ଅଳଙ୍କାର ଗଣତି ଓ ଓଜନ କରିବାକୁ ଦାବି କରାଯିବ । ଏହା ବ୍ୟତୀତ ବେଦାନ୍ତ ପକ୍ଷରୁ ନିଆଯାଇଥିବା ଜଗନ୍ନାଥଙ୍କ ଜମି ଓ ସାଧାରଣ ଲୋକଙ୍କ ଜମି ଫେରସ୍ତ କରାଯିବାକୁ କଂଗ୍ରେସ ଦାବି କରିବ ବୋଲି ଶ୍ରୀ ରାୟ ମହାପାତ୍ର ଜଣାଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଇଲିୟାସ୍ ଅଲି ଖାଁ, ଉପସଭାପତି ବଳରାମ ରାଉତ (ଚିଲିକା), ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.