Home ଓଡ଼ିଶା ଶ୍ରୀମନ୍ଦିରର ଆଠଟି ଦ୍ୱାର ରୂପାଛାଉଣି ହେବା ପ୍ରସଙ୍ଗ: ୫ ଶହ କେଜି ରୂପା ନିଳାଦ୍ରୀ ଭକ୍ତନିବାସକୁ...

ଶ୍ରୀମନ୍ଦିରର ଆଠଟି ଦ୍ୱାର ରୂପାଛାଉଣି ହେବା ପ୍ରସଙ୍ଗ: ୫ ଶହ କେଜି ରୂପା ନିଳାଦ୍ରୀ ଭକ୍ତନିବାସକୁ ସିପ୍ଟ

109

ପୁରୀ ୨୫-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରର ଆଠଟି ଦ୍ୱାର ରୂପାଛାଉଣି ହେବା ପ୍ରସଙ୍ଗ। ଗତବର୍ଷ ନଭେମ୍ବର ୨୬ ତାରିଖରେ କଳାହାଟ ଦ୍ୱାର ରୂପାଛାଉଣି ପାଇଁ ମହଜୁଦ ଥିବା ସମସ୍ତ ୫ଶହ କେଜି ରୂପାକୁ ଆଜି ନିଳାଦ୍ରୀ ଭକ୍ତନିବାସକୁ ସିପ୍ଟ କରାଯାଉଛି। କଡ଼ା ସୁରକ୍ଷା ମଧ୍ୟରେ ଏହି ରୂପାକୁ ନିଆଯାଉଛି। ଗତବର୍ଷ ନଭେମ୍ବର ୨୬ରେ ଏହି ରୂପା ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସିପ୍ଟ କରାଯାଇଥିଲା। ଜିଲ୍ଲାପାଳଙ୍କ ଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୂପାକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ସାତଟି ଦ୍ୱାରର ରୂପାଛାଉଣି କାମ ସରିଛି। ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସମ୍ପୂର୍ଣ୍ଣ ହୋଇଥିବା ବେଳେ କେବଳ ବାକି ରହିଛି କଳାହାଟ ଦ୍ୱାରର ରୂପାଛାଉଣି ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.