Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ସଂସ୍କୃତି ଓଡ଼ିଆ ଓ ଓଡ଼ିଶାର ସ୍ୱାଭିମାନର ପ୍ରତୀକ

ଶ୍ରୀଜଗନ୍ନାଥ ସଂସ୍କୃତି ଓଡ଼ିଆ ଓ ଓଡ଼ିଶାର ସ୍ୱାଭିମାନର ପ୍ରତୀକ

58

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକବିଂଶତମ ପ୍ରତିଷ୍ଠା ସ୍ମାରକୀ ‘ନେତ ଉଡ଼ାଣ ଉତ୍ସବ’ ଇଚ୍ଛାପୁର ନିକଟସ୍ଥ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ କୁଣ୍ଡିବାଗ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ କୋବିଡ଼ ନିୟମ ଅନୁପାଳନ ସହ ପାଳିତ ହୋଇଛି । ପୂର୍ବାହ୍ନ ୭ ଘଟିକା ବେଳେ ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଶ୍ରୀଜଗନ୍ନାଥଙ୍କ ଷୋଡଶ ଉପଚାର ପୂଜା, ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦିବ୍ୟ ଚେତନା ଅଭିଯାନ ସଂକୀର୍ତ୍ତନ ପଦଯାତ୍ରା ସଂକୀର୍ତ୍ତନ ମଣ୍ଡଳୀର ଉପଦେଷ୍ଟା କମଳାକାନ୍ତ ମଲ୍ଲିକ ଓ ଆବାହକ ଶରତ କୁମାର ସାହୁଙ୍କ ନେତୃତ୍ୱରେ ଗ୍ରାମ ପରିକ୍ରମା କରିଥ୍‌ôଲା । ପୂର୍ବାହ୍ନ ୧୨ଟାରେ ଏକ ଆଧ୍ୟାତ୍ମିକ ଆଲୋଚନା ସଭା ସମିତିର ମୁଖ୍ୟ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିôରେ ଆଶୀର୍ବାଚକ ଭାବରେ ଚାନ୍ଦଗୋଛି ମଠର ତୁଳସୀ ଦାସ ମହାରାଜ ଓ ଗୋବର୍ଦ୍ଧନ ପୀଠର ସେବକ ବିଭୁ ମହାରାଜ ଓ ମୁଖ୍ୟ ଅତିଥି ଭାବେ ଭଦ୍ରକ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ଇଂ ଅଭୟ ସୂତାର, ସମ୍ମାନିତ ଅତିଥି ଭାବେ ପ୍ର. ରାଜକିଶୋର ସାହୁ ଯୋଗ ଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଓଡ଼ିଆ ତଥା ଓଡ଼ିଶାର ସ୍ୱାଭିମାନର ପ୍ରତୀକ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ବର୍ତ୍ତମାନ ଯେଭଳି ମହାମାରୀ କୋବିଡ଼ ସଂକ୍ରମଣରେ ସାଧାରଣ ଜୀବନଯାତ୍ରା ବିପଦଗ୍ରସ୍ତ ହୋଇ ପଡ଼ିଛି ଶ୍ରୀଜଗନ୍ନାଥ ଧାମକୁ ଏହି ବିପଦରୁ ରକ୍ଷା କରନ୍ତୁ ବୋଲି ବକ୍ତବ୍ୟରେ କହିଥିଲେ । ସଭା ପ୍ରାରମ୍ଭରେ ଆବାହକ ଶ୍ରୀ ସାହୁ ସମିତିର ଉଦ୍ଦେଶ୍ୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ସମିତିର ପ୍ରବଚକ ସୁଧାକର ଧନୀ ଶ୍ରୀଜଗନ୍ନାଥଙ୍କ ସ୍ତୋତ୍ର ପାଠ କରିଥିଲେ । ସମିତିର ସହସମ୍ପାଦକ ନାରାୟଣ ଚନ୍ଦ୍ର ପ୍ରଧାନ, ସଦାନନ୍ଦ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରିଥିଲେ । ଅପରାହ୍ନ ଅଧିବେଶନ ଦିବା ୩ ଘଟିକାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ତପସ୍ୱିନୀ ପାଢୀ, ପ୍ରବଚକ ସୁଧାକର ଧନୀ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ଓ ତଥ୍ୟ ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ । ଏଥିରେ କୁଣ୍ଡିବାଗ ଶ୍ରୀଜଗନ୍ନାଥ ମନ୍ଦିର ସେବକ କାହ୍ନୁ ଚରଣ ଦାସ, ସନାତନ ସାହୁ, ଲକ୍ଷ୍ମୀଧର ଦାସ, ଦାମୋଦର ଦାସ ଅଧିକାରୀ, ଶ୍ରୀ ରାମ ଚନ୍ଦ୍ର ଦାସ ଅଧିକାରୀ, ପ୍ରଶାନ୍ତ କୁମାର ଦେ, ଲକ୍ଷ୍ମୀଧର ଖଟୁଆ, ସନେଇ ଶିଅଳ, ପଦ୍ମଲୋଚନ ମହାପାତ୍ର, ବିଷ୍ଣୁମୋହନ ପଣ୍ଡା, ସଦାନନ୍ଦ୫ ପାଣିଗ୍ରାହୀ, ବିକାଶ ଚନ୍ଦ୍ର ଶତପଥୀ, ପ୍ରଫୁଲ୍ଲ ପରିଡା ପ୍ରମୁଖ ବହୁ ସେବକ ସହଯୋଗ କରିଥିଲେ । ସମିତି ଉପଦେଷ୍ଟା ନିଶାକର ସାହୁ ଶ୍ରୀଜଗନ୍ନାଥ ପୂଜା ଓ ବିଶ୍ୱଶାନ୍ତି ଯଜ୍ଞର ପରିଚାଳନା କରିଥିଲେ । ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.