Home ଜିଲ୍ଲା ପରିକ୍ରମା ଶ୍ରାବଣମାସର ୨ୟ ସୋମବାର : କରୋନା କଟକଣା ପାଇଁ ଭକ୍ତ ଶୂନ୍ୟ ବାବାମଣିଙ୍କ ପୀଠ

ଶ୍ରାବଣମାସର ୨ୟ ସୋମବାର : କରୋନା କଟକଣା ପାଇଁ ଭକ୍ତ ଶୂନ୍ୟ ବାବାମଣିଙ୍କ ପୀଠ

122

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣମାସର ଦ୍ୱିତୀୟ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲେ ମଧ୍ୟ କରୋନା କଟକଣା ପାଇଁ ପୀଠରେ ୧୪୪ଧାରା ଜାରି କରାଯିବା ସହ ସମସ୍ତ ପ୍ରବେଶ ପଥକୁ ସିଲ କରିଥିଲା ପ୍ରଶାସନ । ଏପରିକି ଧାରା ଶ୍ରାବଣମାସରେ ବାବାମଣିଙ୍କୁ କାଉଡିଆମାନେ ଜଲଲାଗି କରିବାର ପରମ୍ପରା ରହିଥିଲେ ମଧ୍ୟ ମହାମାରୀ କରୋନା ପାଇଁ କଟକଣା ଜାରି କରାଯାଇଥିବାରୁ ସମଗ୍ର ପୀଠ ଭକ୍ତ ଶୂନ୍ୟ ହୋଇ ପଡିଥିଲା । ଫଳରେ ପୂର୍ବବର୍ଷ ପରି କାଉଡିଆଭକ୍ତଙ୍କର ନଥିଲା ଗହଳିଚହଳି କି ଶୁଭୁନଥିଲା ବୋଲବୋମ-ହରହରବୋମ ଧ୍ୱନି । ଅନ୍ୟପଟେ ମନ୍ଦିରର ସେବାୟତମାନେ ମଣିବାବାଙ୍କ ଚଳନ୍ତିପ୍ରତିମା ଶ୍ରାବଣୀ ମହାଦେବଙ୍କ ନିକଟରେ ରୀତିନୀତି ଅନୁଯାୟୀ ଶ୍ରାବଣୀ ଜଳାଭିଷେକ କରାଯିବା ସହିତ ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ସେହିପରି ଆରଡି ପୋଲିସ ପକ୍ଷରୁ ପୀଠର ପ୍ରବେଶ ପଥ ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ନଦୀଘାଟରେ ପୁଲିସ ମୃତୟନ କରାଯାଇଥିବା ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.