Home ଜିଲ୍ଲା ପରିକ୍ରମା ଶ୍ରଦ୍ଧା ଓ ନିଷ୍ଠା ହିଁ ଜଣେ କର୍ମଜୀବୀର ଶ୍ରେଷ୍ଠତା ପ୍ରତିପାଦନ କରେ, ମନସ୍ତତ୍ତ୍ୱ ବିଭାଗରେ ସେବା...

ଶ୍ରଦ୍ଧା ଓ ନିଷ୍ଠା ହିଁ ଜଣେ କର୍ମଜୀବୀର ଶ୍ରେଷ୍ଠତା ପ୍ରତିପାଦନ କରେ, ମନସ୍ତତ୍ତ୍ୱ ବିଭାଗରେ ସେବା ନିବୃତ୍ତ ବିଦାୟ ସମ୍ବର୍ଦ୍ଧନା

64

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗରେ କାର୍ଯ୍ୟରତ ଡେମୋନ୍‌ଷ୍ଟ୍ରେଟର ଶୁଭଶ୍ରୀ ରାୟଙ୍କ ସେବାନିବୃତ୍ତି ଅବସରରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ସୁଚିତ୍ରା ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ତୀର୍ଥବାସୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀମତୀ ରାୟଙ୍କର ବିଭାଗରେ ସୁଦୀର୍ଘ ୩୮ବର୍ଷ ଯୋଗଦାନ, ତାଙ୍କର କର୍ମ କୁଶଳତା ତଥା ମହାବିଦ୍ୟାଳୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ତାଙ୍କର ଶ୍ରଦ୍ଧା, ନିଷ୍ଠା ଓ ଆନ୍ତରିକତା ହିଁ ତାଙ୍କୁ ଚିର ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟ ଅତିଥି ଓ ସଭାପତି ମତବ୍ୟକ୍ତ କରିଥିଲେ। ଅତିଥି ଅଧ୍ୟାପିକା ସ୍ୱାତୀ ସମୀକ୍ଷା ନାୟକ, ଅନ୍ୟତମ ଡେମୋନ୍‌ଷ୍ଟ୍ରେଟର ସ୍ମିତା ରାଉତ ବକ୍ତବ୍ୟ ରଖିଥିଲା ବେଳେ ଛାତ୍ରୀମାନେ ମଧ୍ୟ ସେମାନଙ୍କର ଶ୍ରୀମତୀ ରାୟଙ୍କ ସହ ବିତାଇଥିବା ଘଟଣାବଳୀର ରୋମନ୍ଥନ କରିଥିଲେ। ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀମତୀ ରାୟ ଏହି ବିଭାଗର ସ୍ମୃତି ତାଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ତାଙ୍କୁ ଉପଢୌକନ, ସ୍ମୃତିପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ। ବିଭାଗର ଅନ୍ୟତମ କର୍ମଚାରୀ ସୁଧାକର ସାମଲ, ହେମଲତା ସାହୁ, ସ୍ମିତା ରାଉତ ଓ ଛାତ୍ରୀମାନେ ମଧ୍ୟ ସେମାନଙ୍କର ଶ୍ରଦ୍ଧା ଉପହାର ଅର୍ପଣ କରିଥିଲେ। ଶେଷରେ ଛାତ୍ରୀ ଅନନ୍ୟା ବଳିତା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.