Home ଜିଲ୍ଲା ପରିକ୍ରମା ଶିଶୁ ସୁରକ୍ଷା ସେବା ସମୂହର ସମୀକ୍ଷା ବୈଠକ

ଶିଶୁ ସୁରକ୍ଷା ସେବା ସମୂହର ସମୀକ୍ଷା ବୈଠକ

18

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଶିଶୁ ସୁରକ୍ଷା ସେବା ସମୂହମାନଙ୍କର ଏକ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ପଞ୍ଜିକୃତ ଶିଶୁ ଯତ୍ନ ଅନୁଷ୍ଠାନମାନଙ୍କର କାର୍ଯ୍ୟ, ବ୍ୟବସ୍ଥା ଓ ଯତ୍ନ ମାନଦଣ୍ଡ ସ୍ୱରୂପ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା । ଏଥିପାଇଁ ଅନୁଷ୍ଠାନମାନଙ୍କରେ ଉପଯୁକ୍ତ କର୍ମଚାରୀ ନିଯୁକ୍ତି, ଅନୁଷ୍ଠାନମାନଙ୍କରେ ନିରାପତ୍ତା, ବିଶେଷ କରି (କୋବିଡ଼-୧୯) ପାଇଁ ଅନୁସରଣୀୟ ନିୟମାବଳୀ ପାଳନ ପାଇଁ ଆଲୋଚନା କରାଯାଇଥିଲା । ଏହି ସମୟରେ ଶିଶୁ ମାନେ କିପରି ନରାପଦ ରହିବେ, ଅନୁଷ୍ଠାନରେ କର୍ମକର୍ତ୍ତାମାନେ ଗୁରୁଦାୟିତ୍ୱ ବହନ କରିବା ସହ ପିଲାମାନଙ୍କୁ ହସ୍ତାନ୍ତର ସମୟରେ ପୂର୍ଣ୍ଣ ବିବରଣୀ ରଖିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଉକ୍ତ ସମୀକ୍ଷା ବୈଠକରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ଶିଶୁ ସୁରକ୍ଷା ଅଧିକାରୀ ବିଜୟକେତନ ସାହୁ, ଅନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା, ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ହିସାବ ରକ୍ଷକ ଧୀରଜ ବାରିକ, ବାହ୍ୟକର୍ମୀ ମହେଶ ଚନ୍ଦ୍ର ଦାଶ ସମେତ ଶିଶୁ ଅନୁଷ୍ଠାନର ସମ୍ପାଦକ ସୋଫିଆ ସେକ୍‌, ଲଲାଟେନ୍ଦୁ ମହାନ୍ତି, ଅଶୋକ ଦାସ, ମଧୁପ୍ରିୟା ଦାସ, ନମିତା ବଳ, ଶୈଳଜା ଲେଙ୍କା, ନକୁଳ ଶାସ୍ତ୍ରୀ, ଅକ୍ଷୟ ମିଶ୍ର, ହୃଷିକେଶ ମହାନ୍ତି, ରିଆଜ ଅହମ୍ମଦ, ଜ୍ୟୋତିପ୍ରକାଶ ପତି, ଦେବେନ୍ଦ୍ର ନାୟକ, ଧନଞ୍ଜୟ ଜେନା, ଚକ୍ରଧର ମହାରଣା, ଦେବସ୍ମିତା ମହାନ୍ତି, ଦିଗନ୍ତ ବେହେରା, ପଞ୍ଚାନନ କର, ପୁଷ୍ପାଞ୍ଜଳି ବେହେରା, ସତ୍ୟବାନ ପାତ୍ର, ଚିନ୍ମୟ ପଣ୍ଡା, ସିରାଜ ଖାନ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.