Home ଜିଲ୍ଲା ପରିକ୍ରମା ଶିଶୁ ସାହିତ୍ୟିକ ହରମୋହନ କୁଅଁରଙ୍କ ୭ଗୋଟି ପୁସ୍ତକ ଉନ୍ମୋଚିତ

ଶିଶୁ ସାହିତ୍ୟିକ ହରମୋହନ କୁଅଁରଙ୍କ ୭ଗୋଟି ପୁସ୍ତକ ଉନ୍ମୋଚିତ

37

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ଶିଶୁ ସାହିତ୍ୟିକ ହରମୋହନ କୁଅଁରଙ୍କର ଏକ କାଳୀନ ୭ଗୋଟି ପୁସ୍ତକ ଆଜି ଲୋକାର୍ପିତ ହୋଇ ଯାଇଛି। ଏଥି ନିମନ୍ତେ ଭଦ୍ରକ ସାବନବଜାର ସ୍ଥିତ ସାବିତ୍ରୀ ଭବନ ପରିସରରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକ ମନୀନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବୈକୁଣ୍ଠ ବିଶ୍ୱାଳ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ଉତ୍ସବର ସମ୍ମାନିତ ଅତିଥି ଭାବେ ଡ. ଗୋଲକ ବିହାରୀ ସାହୁ ଏବଂ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ଇଂ ଅଭୟ ସୂତାର ଯୋଗ ଦେଇଥିଲେ। ବିଜୟ ବହଳୀ ବେଦପାଠ କରିଥିବା ବେଳେ ସାଳନ୍ଦୀ ବହିମେଳାର ସମ୍ପାଦକ ଅଭିଜିତ ନାୟକ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ସାହିତ୍ୟିକ ଶ୍ରୀଯୁକ୍ତ କୁଅଁର ଲେଖକୀୟ ଅଭିବ୍ୟକ୍ତି ରଖିଥିଲେ। ସାମରୋହରେ ଶିଶୁ ପତ୍ରିକା ‘କାଇଁଚମାଳି’, ଶିଶୁ ଗଳ୍ପ ପୁସ୍ତକ ‘ବୈକୁଣ୍ଠ ସମାନ ଆମଘର’ ଓ ‘ଜେଜେଙ୍କ କାହାଣୀ’, ଶିଶୁ କବିତା ପୁସ୍ତକ ‘ଫୁଲ ବଉଳବେଣୀ’ ଓ ‘ଝିଲିମିଲି ତାରାଫୁଲ’, ବୌଦ୍ଧିକ କବିତା ପୁସ୍ତକ ‘ଋତୁ ରୂପାନ୍ତର’ ଓ ରାତିର ରଜନୀଗନ୍ଧା’ ପୁସ୍ତକକୁ ଅତିଥିମାନେ ଲୋକାର୍ପିତ କରିଥିଲେ। ଉତ୍ସବରେ ଡ. ରାଜକିଶୋର ସାହୁ, ପଣ୍ଡିତ ଦୈତାରୀ ମହାପାତ୍ର, କରୁଣାକର ବେହୁରିଆ, ରୂପକ ବିହାରୀ ରାୟ, କୈଳାସ ଚନ୍ଦ୍ର ପଣ୍ଡା, ଗୀତାରାଣୀ ଆଇଚ, ରାଧାରାଣୀ ମହାପାତ୍ର, କରୁଣାକର ଉପାଧ୍ୟାୟ, ଅଜିତ ନାୟକ, ବିନୟ କୁମାର ପଣ୍ଡାଙ୍କ ସମେତ ବହୁ ସାହିତ୍ୟିକ, କବି, ପୁସ୍ତକ ଅନୁରାଗୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ। କବି ଇଂ ବିମ୍ବାଧର ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.