Home ଜିଲ୍ଲା ପରିକ୍ରମା “ଶିଶୁ ସାଥୀ ସମ୍ମାନ” – ୨୦୨୩ ପ୍ରଦାନ

“ଶିଶୁ ସାଥୀ ସମ୍ମାନ” – ୨୦୨୩ ପ୍ରଦାନ

40

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ ମାନଙ୍କ ପାଇଁ ଉର୍ତ୍ସଗୀକୃତ ସେବା, ଶିଶୁ ସୁରକ୍ଷା, ଶିଶୁ ମାନଙ୍କ ପାଇଁ ଶିଶୁ ଉପଯୋଗୀ ସାହିତ୍ୟ ରଚନା ନିମନ୍ତେ ଗରଦପୁର ସ୍ଥିତ ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ଅନୁଷ୍ଠିତ ଶିଶୁ ମନୋଭାବନା କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକରେ ଆଇନ ପ୍ରୋବେସନ ଅଧିକାରୀ ରୂପେ କାର୍ଯ୍ୟ ତୁଲାଉଥିବା ତଥା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ରାଜେନ୍ଦ୍ରପୁର , ବାରିକପୁର ବଜାର ନିର୍ଗୁଣ୍ଡି ପଂଚାୟତର ସୁବ୍ରତ କୁମାର ଦାସଙ୍କୁ “ଶିଶୁ ସାଥୀ ସମ୍ମାନ” ୨୦୨୩ ପ୍ରଶଂସାସୂଚକ ମାନପତ୍ର ପ୍ରଦାନ କରାଯାଇଛି । ଏହି ମାନପତ୍ରକୁ ଓଡ଼ିଶା ଋାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ସୁଜାତା ଜେନା ଓ ମଂଚାସୀନ ଅତିଥି ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼ା ଦେବରାଜ ପାଣିଗ୍ରାହୀ, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, କିଶୋର ନ୍ୟାୟ ପରିଷଦର ସଦସ୍ୟ ବନମାଳି ଜେନା ଓ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦାନ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.