Home ଜିଲ୍ଲା ପରିକ୍ରମା ଶିଶୁ ଅଧିକାର ସୁରକ୍ଷା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରୟାସ

ଶିଶୁ ଅଧିକାର ସୁରକ୍ଷା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରୟାସ

30

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଗତୀ ଯୁବକ ସଂଘର ଦ୍ୱାରା ପରିଚାଳିତ ଚାଇଲ୍ଡ ଲାଇନ୍ ସବ ସେଣ୍ଟର ଓ ତିହିଡି ପୋଲିସର ମିଳିତ ସହଯୋଗରେ ତିହିଡି ବ୍ଲକ ଅନ୍ତର୍ଗତ କାଁପଡା (ତଳଦପା) ଗ୍ରାମର ଶିବ ମଳିକ ଓ ମାଣିକ ମଳିକଙ୍କର ଏକ ନାବାଳକ ବବୁଲୁକୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲେ । ପିଲାଟିର ମାଆ ମୃତ୍ୟୁ ବରଣ କରିବା ପରେ ତାର ବାପା ମାନସିକ ବିକାରଗ୍ରସ୍ଥ ଅବସ୍ଥାର ପିଲାଟିକୁ ନିଜର ମାଉସୀ ଅହଲ୍ୟାକୁ ଭରଣ ପୋଷଣ ନିମନ୍ତେ ଦେଇ ଦେଇଥିଲେ । ଚାଇଲ୍ଡ ଲାଇନ୍ ସବ ସେଣ୍ଟର କର୍ମକର୍ତ୍ତାଙ୍କ ତଥ୍ୟ ଓ ଉପସ୍ଥିତ ଥିବା ବାପା, ମାଉସୀ ଓ ବର୍ତ୍ତମାନ ପିଲାକୁ ରଖିଥିବା ବ୍ୟକ୍ତିଙ୍କ ସହିତ ଆଲୋଚନା କରିବା ପରେ ଜଣାପଡିଲା ବବୁଲୁକୁ ତାର ମାଉସୀ ଅହଲ୍ୟା ଏକ ଶନି ମନ୍ଦିରକୁ ନେବା ସମୟରେ ବାସନ୍ତି ଦାସ କୌଶଳ କ୍ରମେ ଚକ୍ରାନ୍ତ କରି ପିଲାଟିକୁ ନେଇଯାଇ ଶଙ୍କର୍ଷଣ ଦାସ ଓ ଗୌରୀ ଦାସଙ୍କୁ ଦେଇ ଦେଇଥିଲେ ପୁନର୍ବାର ବବୁରର ପିତା ଶିବ ଓ ମାଉସୀ ଅହଲ୍ୟା ତିହିଡି ଥାନାରେ ନିଜ ପିଲାକୁ ଉଦ୍ଧାର ନିମନ୍ତେ ଆବେଦନ ପତ୍ର ଦେଇଥିଲେ ।

ଉପରୋକ୍ତ ସମସ୍ତ ତଥ୍ୟକୁ ବିଚାର କରି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କୁମାର କର, ସଦସ୍ୟ, ସତ୍ୟସୁନ୍ଦର ପୁହାଣ, ସଦସ୍ୟା ସ୍ମୃତି ରାଣୀ ମହାନ୍ତି ଓ ସଙ୍ଗିତା ଗିରି, ଏଡିଓ ମନୋଜ କୁମାର ସାହୁ ଆଲୋଚନା ମାଅମରେ ଶିଶୁଟିର ସୁରକ୍ଷା ନିମନ୍ତେ ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଶିଆନାର ସଂଯୋଜକ ରିଆଜ ଅହମ୍ମଦ, ବିକାଶ ରାଉତ ଓ ଚାଇଲ୍ଡ ଲାଇନ ସବ୍‌ସେଣ୍ଟର କର୍ମକର୍ତ୍ତା ପଦ୍ମିନୀ ଦାସ ଓ ରଶ୍ମିତା ସାହୁ, ପ୍ରମୁଖ ଉପସ୍ଥିତ ରହି ଆଲୋଚନା, ପ୍ରାଥମିକ ତଦନ୍ତ ପାଇଁ ସହଯୋଗ କରିଥିଲେ । ପିଲାଟିକୁ ନେବାପାଇଁ ତିନି ଦାବିଦାର ଅଧିକ ଯୁକ୍ତି ତର୍କ ଓ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିବାର ପ୍ରୟାସ କରିବାରୁ ବାଧ୍ୟ ହୋଇ ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଟାଉନ୍ ଥାନା ପୋଲିସର ସହଯୋଗ ନେଇଥିଲେ । ବର୍ତ୍ତମାନ ଶିଶୁ ମଙ୍ଗଳ ସମିତିର ତଦନ୍ତ କାର୍ଯ୍ୟ ଚାଲୁ ରହିଥିବା ସ୍ଥଳେ ପିଲାଟିର ଯତ୍ନ, ସୁରକ୍ଷା ଓ ସୁସ୍ଥ ବାତାବରଣ ନିମନ୍ତେ ଆଶିଆନାରେ ଅବସ୍ଥାପିତ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.