Home ଜିଲ୍ଲା ପରିକ୍ରମା ଶିକ୍ଷାବିତ୍ ଚିନ୍ତାମଣୀ ଜେନାଙ୍କ ପରଲୋକ

ଶିକ୍ଷାବିତ୍ ଚିନ୍ତାମଣୀ ଜେନାଙ୍କ ପରଲୋକ

19

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍ ସନ୍ନିକଟ ବଡ଼ଜଇପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଠ ସମାଜ ସେବୀ ଚିନ୍ତାମଣୀ ଜେନା(୮୫)ଙ୍କ ପରଲୋକ ଘଟିଛି । ସେ ବାର୍ଦ୍ଧକ୍ୟ ଜନୀତ ରୋଗରେ ପୀଡ଼ିତ ହୋଇ ଘରୋଇ ଚିକିତ୍ସାରେ ଥିବା ବେଳେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ମହାନ୍ତି, ସମାଜ ସେବୀ ଭରତ ମହାନ୍ତି, ମାନ ଗୋବିନ୍ଦ ପଣ୍ଡା, ଉଦୟ କୁମାର ମହାନ୍ତି, ଗୌରାଙ୍ଗ ପଣ୍ଡା, ଶିକ୍ଷାବିତ୍ ତପନ କୁମାର ପଣ୍ଡା, ସନାତନ ଜେନା, ରବିନ୍ଦ୍ର ଜେନା, ଜାନକୀ ବାଳା ଜେନା ପ୍ରମୁଖ ୰ଚିନ୍ତାମଣୀଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇ ପୁରି ସ୍ୱର୍ଗଦ୍ୱାର ଠାରେ ଦାହ କରାଯାଇଥିଲା । ମଝିଆ ପୁଅ ଓମ୍ ପ୍ରକାଶ ନାରାୟଣ ଜେନା ମୁଖାଗ୍ନୀ ଦେଇଥିଲେ । ୰ଚିନ୍ତାମଣୀ ଏକାଧାରରେ ଜଣେ ପାଲା ଓ ଭଜନ ଗାୟକ ଥିବା ବେଳେ ଅନେକ ସଂଗୀତ ନାଟକ ଓ କବିତା ରଚନା କରି ସଂପୃକ୍ତ ଅଞ୍ଚଳର ଜନ ମାନସରେ ବେଶ୍ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.