Home କେନ୍ଦୁଝର ଶାସଙ୍ଗ ପଞ୍ଚାୟତକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

ଶାସଙ୍ଗ ପଞ୍ଚାୟତକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

152

ହାଟଡିହି -୨୧। ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ)ଶାସଙ୍ଗ ପଞ୍ଚାୟତରେ ଗତ କିଛିଦିନ ଭିତରେ ୨୬ଜଣ କରୋନା ପଜେଟିଭ ଚିହ୍ନଟ ହେବାପରେ ସରପଞ୍ଚ ବିମ୍ବାଧର ବିଶ୍ୱାଳ ଜିଲ୍ଲାପାଳ କ୍ଷମତା ବଳରେ ପଞ୍ଚାୟତକୁ ଦୁଇଦିନ ପାଇଁ ସର୍ଟଡାଉନ ଘୋଷଣା କରିଥିବାବେଳେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଶାସଙ୍ଗ ଗ୍ରାମ, ଛେନାପଦିଛକ ମାର୍କେଟ ପ୍ରଭୃତିକୁ ବିଶୋଧନ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରଘର ବୁଲି ସର୍ଭେ କାମ ଆଜିଠାରୁ ଆରମ୍ଭ କରାଯାଇଛି। କାହାର ଥଣ୍ଡା, ଜ୍ୱର ଓ କାଶ ଅଛି ତାହାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିହ୍ନଟ କରାଯାଉଛି। ସରପଞ୍ଚଙ୍କ ଦୁଇଦିନ ପାଇଁ ସର୍ଟଡାଉନ କଟକଣାକୁ ସମସ୍ତ ଜନସାଧାରଣ ଓ ବ୍ୟବସାୟୀମାନେ ସମର୍ଥନ କରିଥିବାରୁ ସରପଞ୍ଚ ବିମ୍ବାଧର ବିଶ୍ୱାଳ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଲୋକମାନେ ସତର୍କ ରହିଲେ ଓ ସରକାରଙ୍କ କଟକଣାକୁ ମାନିଲେ କରୋନା ଲଢ଼େଇରେ ବିଜୟୀ ହେବା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.