ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ସ୍ଥିତ ସିଆରଏସ ହାଇସ୍କୁଲରେ ରବିବାର ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ଏକ ଅବସରକାଳୀନ ସମାରୋହ ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍କୁଲରୁ ଅବସର ନେଇଥିବା ଶାରୀରିକ ଶିକ୍ଷା ଶିକ୍ଷକ ଗିରିଜା ରମଣ ଜେନା ଏବଂ ପ୍ରଦୀପ କୁମାର ଖଟୁଆଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ଅବସରପ୍ରାପ୍ତ କ୍ରୀଡ଼ା ପରିଦର୍ଶକ ଅରବିନ୍ଦ ବସନ୍ତରାୟ, ଭାରପ୍ରାପ୍ତ ଶାରୀରିକ ଶିକ୍ଷା ପରିଦର୍ଶକ ମାନସ କୁମାର ରାଉତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅବସର ନେଇଥିବା ଶାରୀରିକ ଶିକ୍ଷା ଶିକ୍ଷକ ଗିରିଜା ରମଣ ଜେନା ସଂଘକୁ ୧୦ ହଜାର ଟଙ୍କା ଦାନ କରିଥିଲେ । କ୍ରୀଡ଼ା ଶିକ୍ଷକ ସୁରେଶ ମହାକୁଡ଼ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଘର ସମ୍ପାଦକ ବାବାଜୀ ଚରଣ ମହାକୁଡ଼ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡା, ବିଷ୍ଣୁମୋହନ ନାୟକ, ଭକ୍ତବନ୍ଧୁ ପତି, ଲକ୍ଷ୍ମୀଧର ପତି, କୃପାସିନ୍ଧୁ ନାୟକ, ମନୋଜ କୁମାର ରାୟ, ରମେଶ ଚନ୍ଦ୍ର ବେହେରା, ଧର୍ମେନ୍ଦ୍ର କୁମାର ସେଠୀ, ପ୍ରକାଶ ଚନ୍ଦ୍ର ପତ୍ରୀ, ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ଜେନା, ଗଜେନ୍ଦ୍ର ଭାରତୀ, ଶ୍ୟାମସୁନ୍ଦର ମହାରା, ରାଜେନ୍ଦ୍ର ବିଶ୍ୱାଳ, ସୋମନାଥ ମିଶ୍ର, ଲକ୍ଷ୍ମୀକାନ୍ତ ପତି, ରାଜେନ୍ଦ୍ର କୁମାର ନାୟକ, ଦେବକୁମାର ଦାସ, ବିଜୟ କୁମାର ନାୟକ, ସୁନିଲ କୁମାର ବାରିକ, କମଳାକାନ୍ତ ସାହୁ, ତନ୍ମୟ କୁମାର ବେହେରା, ଅଭୟ କୁମାର ସେନାପତି, ମଧୁସ୍ମିତା ପଣ୍ଡା, ଗୀତାଂଜଳି ରଥ, ବିମଳା ବେହେରା, ମଂଜୁଲତା ଦାସ, କଳ୍ପଲତା ରଥ, ଜ୍ୟୋତିରଂଜନ ମଲିକ, ଶଶିକାନ୍ତ ବେହେରା, ସୁରଜିତ ଭୋଇ, ସୁବ୍ରତ କୁମାର ସାହୁ, ଦୋଳଗୋବିନ୍ଦ ପଥୁରିଆ, ନିର୍ମଳ କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭରତ କୁମାର ରାଉତ ଓ ଅରବିନ୍ଦ ମଲ୍ଲିକ ଯୋଗ ଦେଇ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କ୍ରୀଡ଼ା ଶିକ୍ଷକ ପ୍ରଭାତ କୁମାର ଜେନା, ବିଭୂପଦ ସାହୁ, ବିଶ୍ୱରଂଜନ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।