Home ଜିଲ୍ଲା ପରିକ୍ରମା ଶହେ ଲିଟର ଦେଶୀ ମଦ ସହ ୨ଟି ବାଇକ୍ ଜବତ, ୨ ଗିରଫ

ଶହେ ଲିଟର ଦେଶୀ ମଦ ସହ ୨ଟି ବାଇକ୍ ଜବତ, ୨ ଗିରଫ

66

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡର ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବେଲମଳା ଛକ ଓ ତିହିଡି ଥାନା ଅଂଚଳର ନରସିଂହପୁର ରୋଡ୍‌ରେ ଆଜି ୧ ଶହ ଲିଟର ଦେଶୀ ମଦ ସହ ୨ଟି ବାଇକ୍ ଜବତ କରିଛନ୍ତି । ଏବଂ ଏହି ଘଟଣାରେ ବେଲମଳା ନିବାସୀ ହରିହର ଶୁକ୍ଳ ଓ ତଳଗୋପବିନ୍ଧା ଗ୍ରାମନିବାସୀ ଅଲେଖ ରଂଜନ ପୁହାଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଚଢାଉରେ ଏଏସ୍‌ଆଇ ଭବେଶ ଦାସ, ପ୍ରହ୍ଲାଦ ସାମଲ ଓ କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଂଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ୱର ଜେନା, ଜେମାମଣି ଜାମୁଡା ପ୍ରମୁଖ ସାମିଲ୍ ଥିଲେ । ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.