Home ଖେଳ ଶରଣକୁଳ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟ : କଟକ ସାଇ ହଷ୍ଟେଲକୁ ହରାଇ ଭୁବନେଶ୍ୱର ସଂଘର୍ଷ କ୍ଳବ...

ଶରଣକୁଳ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟ : କଟକ ସାଇ ହଷ୍ଟେଲକୁ ହରାଇ ଭୁବନେଶ୍ୱର ସଂଘର୍ଷ କ୍ଳବ ବିଜୟୀ

101

ନୟାଗଡ଼, ୩ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଶରଣକୁଳ ଲଡ଼ୁବାବା ଆଥ୍ ଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟର ତୃତୀୟ ଦିବସରେ କଟକର ସାଇ ହଷ୍ଟେଲକୁ ପରାସ୍ତ କରି ଭୁବନେଶ୍ୱରର ସଂଘର୍ଷ କ୍ଳବ ୨-୧ ଗୋଲରେ ବିଜୟୀ ହୋଇଛି। ରାଜୁ ମହାନ୍ତି ଖେଳ ପରିଚଳାନା କରିଥିବାବେଳେ ଦିଗ୍ ବିଜୟୀ ମହାନ୍ତି, ଲକ୍ଷ୍ମୀ ପ୍ରସାଦ ଓ ଶିବ ପ୍ରସାଦ ଦାଶ ଲାଇନରେ ସହାୟତା କରିଥିଲେ। ସମାଜସେବୀ ତାପସ ରଂଜନ ପାଢୀ ଓ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର କୁମାର ସାହୁ ଅତିଥିଭାବେ ଯୋଗଦେଇଥିଲେ। ଖେଳର ପ୍ରଥମାର୍ଦ୍ଧ ବେଶ୍ ସଂଘର୍ଷପୂର୍ଣ୍ଣ ଥିବାବେଳେ କଟକର ୧୪ନଂ ଖେଳାଳୀ ପ୍ରଭାତ କୁମାର ଓ ଭୁବନେଶ୍ୱରର ୧୦ ନଂ ଖେଳାଳୀ ରାଜେଶ ନାୟକ ଉଭୟ ଉଭୟ ପକ୍ଷଙ୍କୁ ନିଜ ନିଜର କମାଲ୍ ଦେଖାଇ ଗୋଲ ଦେଇଥିଲାବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରର ୧୦ ନଂ ରାଜେଶ ନାୟକ ପୁନର୍ବାର କଟକ ବିପକ୍ଷରେ ଗୋଲ କରି ଦଳକୁ ବିଜୟୀ କରାଇଥିଲେ। ଆସନ୍ତାକାଲି ଖେଳରେ ମଧ୍ୟପ୍ରଦେଶର ଆରଏଫସି ଦଳ ସହିତ ଝାଡ଼ଖଣ୍ଡର ଧନବାଦ ଫୁଟବଲ୍ ଆସୋସିଏସନ ଖେଳ ଅନୁଷ୍ଠିତ ହେବ ବୋଲି ସଂପାଦକ ଯୋଗେନ୍ଦ୍ର ନାଥ ପ୍ରଧାନଙ୍କ ଠାରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.