Home ଜିଲ୍ଲା ପରିକ୍ରମା ଶଯ୍ୟାଶାୟୀ ପୁତ୍ରର ଚିକିତ୍ସା ସହାୟତା ପାଇଁ ଗରିବ ପିତାର ନିବେଦନ

ଶଯ୍ୟାଶାୟୀ ପୁତ୍ରର ଚିକିତ୍ସା ସହାୟତା ପାଇଁ ଗରିବ ପିତାର ନିବେଦନ

11

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନପଙ୍ଗ ପଞ୍ଚାୟତ ଭାଟଣା ଗ୍ରାମର ଦଶରଥ ସେଠୀ ଓ ମାତାଜୀ ସେଠୀଙ୍କ ୩୮ ବର୍ଷୀୟ ଭେଣ୍ଡିଆ ପୁଅ ତାରାକାନ୍ତ ସ୍ନାୟବିକ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ଚିକିତ୍ସା ସହାୟତାକୁ ଅପେକ୍ଷାରତ ଅଛନ୍ତି। ଦଶରଥ ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରନ୍ତି। ୧୯୯୮ ମସିହାରେ ନବମ ଶ୍ରେଣୀରେ ପଢୁଥିବା ବେଳେ ତାରାକାନ୍ତ ଅସୁସ୍ଥତା ଅନୁଭବ କରି ଡାକ୍ତରଖାନାରେ ଦୀର୍ଘକାଳ ଧରି ଚିକିତ୍ସିତ ହେବା ପରେ ଭୁବନେଶ୍ୱରସ୍ଥିତ ଘରୋଇ ହସପିଟାଲରେ ଖର୍ଚ୍ଚାନ୍ତ ହୋଇ ୨୦୧୯ ମସିହାରେ ଜଟିଳ ଅସ୍ତ୍ରୋପଚାର କରିଥିଲେ। ମାତ୍ର ସୁସ୍ଥ ହୋଇନଥିଲେ। ପୁନର୍ବାର ଅସ୍ତ୍ରୋପଚାର ପାଇ ଡାକ୍ତର ପରାମର୍ଶ ଦେଇଥିଲେ ହେଁ ଅର୍ଥାଭାବ ଯୋଗୁଁ ଚିକିତ୍ସା ଅପେକ୍ଷାରେ ଅଛନ୍ତି ତାରାକାନ୍ତ। ପୁଅକୁ ଭଲ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା କରିବାକୁ ଦଶରଥ ନିବଦେନ କରିଛନ୍ତି। ଏଥିପାଇଁ ନିଜର ମୋବାଇଲ ନଂ ୭୦୭୭୬୩୦୭୧୩ ଯୋଗେ ଯୋଗଯୋଗ କରିବାକୁ ବଦାନ୍ୟ ବ୍ୟକ୍ତିଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.