Home ଜିଲ୍ଲା ପରିକ୍ରମା ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଉମାକାନ୍ତ ସ୍ୱାଇଁଙ୍କ ପରଲୋକ

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଉମାକାନ୍ତ ସ୍ୱାଇଁଙ୍କ ପରଲୋକ

54

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ନଗୁଆଁ ପଂଚାୟତ ଅନ୍ତର୍ଗତ ହେଲପୁର ଗ୍ରାମର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଉମାକାନ୍ତ ସ୍ୱାଇଁଙ୍କ ପରଲୋକ ହୋଇଯାଇଛି । ୧୯୨୦ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିବା ୰ ସ୍ୱାଧୀନତା ସଂଗ୍ରାମୀ ସଂଯୋଗ ବଶତଃ ୨୦୨୦ ମସିହା ଜୁଲାଇ ୧୦ ତାରିଖରେ ହିଁ ପ୍ରାଣତ୍ୟାଗ କରିଛନ୍ତି । ଗତ ଆଠ ମାସ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ଯତିନ୍ଦ୍ର ମୋହନ, ବୋହୂ ସରୋଜିନୀ, ନାତି ନାତୁଣୀ ଉପସ୍ଥିତ ଥିଲେ । ସତ୍ୟନଗର ସ୍ଥିତ ଶ୍ମଶାନ ଘାଟରେ ଶେଷକୃତ୍ୟ ସମାପନ କରାଯାଇôଥଲା । ଏକମାତ୍ର ପୁତ୍ର ଯତିନ୍ଦ୍ର ମୋହନ ସ୍ୱାଇଁ ମୁଖାଗ୍ନି ଦେଇଥିଲେ । ୰ ସ୍ୱାଇଁ ୧୯୪୨ ମସିହା ଭଣ୍ଡାରିପୋଖରୀ ଥାନାପୋଡି ରେ ସକ୍ରୀୟ ଅଂଶଗ୍ରହଣ କରିବା ସହ ସ୍ୱାଧୀନତା ଆନ୍ଦୋଳନ ପାଇଁ ଜନସାଧାରଣଙ୍କୁ ସଂଗଠିତ କରିଥିଲେ । ବିଦେଶୀ ଦ୍ରବ୍ୟ ବର୍ଜନ ପାଇଁ ଜନସାଧାରଣଙ୍କୁ ପ୍ରବର୍ତ୍ତାଇବାରେ ତାଙ୍କର ବିଶେଷ ଭୂମିକା ଥିଲା । ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଦାସର୍ବଦା ନିରାଡମ୍ବର ଜୀବନଯାପନ କରୁଥିଲେ । ସ୍ୱାଧୀନତା ପରେ ନିଜ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ନିଜର ସ୍ୱତନ୍ତ୍ର ଅବଦାନ ରଖିଥିଲେ । ଗତ ଛଅମାସ ପୂର୍ବେ ତାଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ ହୋଇଯାଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ଶୋକ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.