Home ଜିଲ୍ଲା ପରିକ୍ରମା ଲୋକେ ସଚେତନ ହେଲେ ସମାଜରୁ ନାରୀ ହିଂସା ଦୂର ସମ୍ଭବ, ୱାନ୍ ଷ୍ଟପ୍ ସେଣ୍ଟରରେ ବିଶ୍ୱ...

ଲୋକେ ସଚେତନ ହେଲେ ସମାଜରୁ ନାରୀ ହିଂସା ଦୂର ସମ୍ଭବ, ୱାନ୍ ଷ୍ଟପ୍ ସେଣ୍ଟରରେ ବିଶ୍ୱ ମହିଳା ହିଂସା ନିରୋଧୀ ଦିବସ ପାଳିତ

10

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟାରେ ଭଦ୍ରକ ୱାନ୍ ଷ୍ଟପ ସେଣ୍ଟର ପ୍ରାଙ୍ଗଣରେ ବିଶ୍ୱ ମହିଳା ଓ ବାଳିକା ହିଂସା ନିରୋଧୀ ଦିବସ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଫେଲୋସିପ୍ ଦ୍ୱାରା ପରିଚାଳିତ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆୟୋଜିତ ସଭାକୁ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ ରଞ୍ଜନ କେର୍‌କେଟା, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସ୍ୱେଚ୍ଛାସେବୀ ସଂଗଠନ ଆଶିୟାନା ସମ୍ପାଦିକା ସୋଫିଆ ଶେଖ୍ ପ୍ରମୁଖ କ୍ୟାଣ୍ଡେଲ ପ୍ରଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ସର୍ବଶିକ୍ଷା ଅଭିଯାନ ସଂଯୋଜିକା ଇପ୍‌ସିତା ଜେନା, ପୂର୍ବତନ ପ୍ରୋଗ୍ରାମ୍ ଅଫିସର ସଂଗୀତା ଦେ, ଇନର ହୁଇଲର ସମ୍ପାଦିକା କାଦମ୍ବିନୀ ମହାନ୍ତି, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନ ଜିଲ୍ଲା ସମ୍ପାଦିକା ସୁରଜିତା ନାୟକ, ଜିଲ୍ଳା ଭାରପ୍ରାପ୍ତ କ୍ରୀଡା ଅôଧକାରୀ ପଦ୍ମନ ରାୟ, ସମାଜସେବୀ ରାଧାରାଣୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମାଜରେ ମହିଳାମାନେ ଅଧିକରୁ ଅଧିକ ପାରିବାରିକ ହିଂସାର ଶିକାର ହେଉଥିବା ବେଳେ ବାଳିକାମାନେ ମଧ୍ୟ ଏଥିରୁ ବାଦ୍ ପଡ଼ୁ ନାହାନ୍ତି । ଏଥିଲାଗି ଜନ ସଚେତନତାର ଯଥେଷ୍ଟ ଆବଶ୍ୟକତା ରହିଛି ।

ଯେ ପର୍ଯ୍ୟନ୍ତ ଲୋକମାନେ ନିଜକୁ ସଚେତନ ନ କରିଛନ୍ତି ସେତେଦିନ ପର୍ଯ୍ୟନ୍ତ ମହିଳାମାନେ ଏଥିରୁ ବର୍ତ୍ତି ପାରିବେ ନାହିଁ ବୋଲି କହିଥିଲେ । ଶିକ୍ଷକ ନେତ୍ରୀ ଚାରୁଲତା ମହାପାତ୍ର ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ଫେଲୋସିପ୍‌ର ସଭାନେତ୍ରୀ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା କରିଥିଲେ । ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ପ୍ରାରମ୍ଭିକ ସୂଚନା ଓ ସମ୍ପାଦକ ଏସ୍‌.ଏମ୍‌. ଫାରୁକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଫେଲୋସିପ୍ ଓ ଜାଗୃତି ଗୃହ ଅନୁଷ୍ଠାନର ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ୱାନ୍ ଷ୍ଟପ ସେଣ୍ଟର ଓ ଫେଲୋସିପ୍‌ର ପୁଷ୍ପାଞ୍ଜଳୀ ବେହେରା, ଅସୀମା ନାୟକ, ଅଫିଫା ଖାତୁନ, ଜୟଶ୍ରୀ ନାୟକ, ବନିତା ବେହେରା, ଚୁମ୍‌କି ସାହୁ, ଅନ୍ନପୂର୍ଣ୍ଣା ସାହୁ, କଳ୍ପନା ବେହେରା, ଯୋଗମାୟା ଚାନ୍ଦ, ରିନ୍‌ୱାରୀ ରୋଶନ୍‌, ସସ୍ମିତା ପ୍ରିୟଦର୍ଶିନୀ, ସାବିତ୍ରୀ ଜେନା, ଜ୍ୟୋତିରଞ୍ଜନ ରାଉତ, ମୁସ୍ତରୀ ବେଗମ୍‌, ରଶ୍ମିରେଖା ଜେନା, ପ୍ରିୟଙ୍କା ଜେନା, ସ୍ନେହାଞ୍ଜଳୀ ପଣ୍ଡା, ସାବିତ୍ରୀ ବିଶ୍ୱାଳ, ସସ୍ମିତା ବାରିକ, ମଧୁସ୍ମିତା ମଲ୍ଲିକ, ଦିବ୍ୟରଞ୍ଜନ ସାହୁ, ସୁଧାଂଶୁ ସିହ୍ନା, ସଂଗୀତା ମିଶ୍ର, ସୁମନ ମଲ୍ଲିକ ପ୍ରମୁଖ କର୍ମକର୍ତ୍ତା, କର୍ମଚାରୀ ସମୂହ ଭାବେ କ୍ୟାଣ୍ଡେଲ ପ୍ରଜ୍ୱଳନ କରି ଏହାକୁ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.