Home ଜିଲ୍ଲା ପରିକ୍ରମା ଲୋକନାଥ ମନ୍ଦିରରେ ନୂତନ ସରସ୍ୱତୀ, ନବଗ୍ରହ ଓ କାର୍ତ୍ତିକେୟ ମୂର୍ତ୍ତି ପ୍ରତିଷ୍ଠା

ଲୋକନାଥ ମନ୍ଦିରରେ ନୂତନ ସରସ୍ୱତୀ, ନବଗ୍ରହ ଓ କାର୍ତ୍ତିକେୟ ମୂର୍ତ୍ତି ପ୍ରତିଷ୍ଠା

13

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥଙ୍କ ମନ୍ଦିରରେ ନୂତନ ସରସ୍ୱତୀ, ନବଗ୍ରହ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ ପ୍ରସ୍ତୁତି ରୀତିନୀତି ଅନୁସାରେ କଳସ ପୂଜା ଠାରୁ ଆରମ୍ଭ କରି ସମସ୍ତ ପୂଜାବିଧି ଓ ହୋମଯଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ସୁରୁଖୁରୁରେ ସଂପନ୍ନ ହୋଇଯାଇଛି । ଏବଂ ଅଯୋଧ୍ୟାରେ ରାମଲାଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ମଧ୍ୟ ମନ୍ଦିର ପରିସରରେ ହୋମଯଜ୍ଞ, ହନୁମାନ ଚାଳିଶା ପାଠ, ରାମ-ସୀୟା ଜପ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଜୟ କୁମାର ପାଣି, ଅଜୟ କୁମାର ପାଣି, ସଂଜୟ କୁମାର ପାଣି, ତ୍ରିନାଥ କର, ଗୌରାଙ୍ଗ କର ଓ ହରିହର ଶୁକ୍ଳଙ୍କ ପରିଚାଳନା କରିଥିଲେ । ଏବଂ ଶେଷରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.