ଖୋର୍ଦ୍ଧା,୨୮/୧୦,(ଓଡ଼ିଆ ପୁଅ ପି ନାୟକ):ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ଘାସଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ଲିଚୁ ଲାଇଟ୍ ଲଗାଇଲା ବେଳେ ତାଙ୍କର ପ୍ରାଣ ଚାଲିଯାଇଛି । ତେବେ ଗତକାଲି ଦୀପାବଳି ଥିବାରୁ ନିଜଘରେ ଲିଚୁ ଲାଇଟ୍ ଲଗାଇଲା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ପରେ ମନୋଜ ସେଠାରେ ଅଚେତ ହୋଇ ପଡ଼ିଯାଇଥିଵା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ବଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଭୁବନେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ହେଲେ ସେଠାରେ ଡାକ୍ତର ମନୋଜକୁ ମୃତ ଘୋଷଣା କରିଥିଲେ ।