ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଗାନ୍ଧି ଜୟନ୍ତୀର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସହରର ଲୋକନାଥ ମନ୍ଦିରରେ ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍, ଲିଡ୍ ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍ର ସଭାପତି ସତ୍ୟେନ୍ଦୁ ରାୟ ମହାପାତ୍ର, ସାଧାରଣ ସଂପାଦକ ସନ୍ତୋଷ କୁମାର ପତି, କୋଷାଧ୍ୟକ୍ଷ ପ୍ରତାପ ନାୟକ, ଜୋନ୍ ଚେୟାରପର୍ସନ ପ୍ରଭାତ କୁମାର ଧଳ, ପୂର୍ବତନ ସଭାପତି ବୈଲୋଚନ ବେହୁରିଆ, ଉପସଭାପତି ତିଳୋତ୍ତମା ପଣ୍ଡା, ଉପଦେଷ୍ଟା କମିଟିର ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ ଓ ସାମ୍ବାଦିକ ପ୍ରମୋଦ ରାୟ, ସଦସ୍ୟ ସଂଜୀବ ନାୟକ, ଲିଡ୍ ବ୍ୟାଙ୍କ ମ୍ୟାନେଜର ନାଗେଶ୍ୱର ରାଓ, ଏସ୍ବିଆଇ ଚିଫ୍ ମ୍ୟାନେଜର କାମିନୀରଂଜନ ଦଳାଇ, ଡେପୁଟି ବ୍ରାଞ୍ଚ ମ୍ୟାନେଜର ସରୋଜ କୁମାର ନାୟକ, ଡେପୁଟି ମ୍ୟାନେଜର ବିଜନ ପତି, ଲୋକନାଥ ମନ୍ଦିରର ପୂଜକ ବିଜୟ ପାଣି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ।