Odiapua.com

ଲଘୁଚାପ ସକ୍ରିୟ : ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର ୨୯ ଅଗଷ୍ଟ (ଓଡ଼ିଆ ପୁଅ) ଗତକାଲିର ଲଘୁଚାପକ୍ଷେତ୍ର ଆଜି ମଧ୍ୟ ଉତ୍ତର-ପଶ୍ଚିମ ତତ-ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସକ୍ରିୟ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ

ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ତଥା ଓଡିଶାର ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ଥିବା ବେଳେ ନିମ୍ନ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ

କୋରାପୁଟ, ମାଲକାନଗିରି , ନବରଙ୍ଗପୁରରେ, ନୂଆପଡ଼ା, କଳାହାଣ୍ଡି,କନ୍ଧମାଳ, ଗଜପତିଜିଲ୍ଲା, ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।